February 13, 2026

Now Odisha

Now Odisha

ଡ଼ମୋଳ ଗାଁରେ ମହା ଶିବରାତ୍ରୀ ଲାଗି କଳସ ଯାତ୍ରା

Spread the love

ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡ଼ମୋଳ ଗ୍ରାମ ନିକଟରେ ଯାଇଥିବା ବ୍ରାହ୍ମଣୀ ନଦୀ କୂଳରେ ମା ” ଚଣ୍ଡୀ ମନ୍ଦିର ଓ ବାବା ଆନନ୍ଦେଶ୍ୱର ମନ୍ଦିର ରହିଛି। ଏହି ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ପଞ୍ଚମ ମହାଶିବରାତ୍ରୀ ପାଳନ ଲାଗି ଗାଁରୁ ମନ୍ଦିର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ପଡ଼ିଛି । ଏହି ଅବସରରେ ଶୁକ୍ରବାର ସକାଳ ସମୟରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚି ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଏକ କଳସ ଶୋଭାଯାତ୍ରା ବାହାରିଥିଲା । ଆଗରେ ବାଜା ବାଣ ସାଉଣ୍ଡ ସାଙ୍ଗକୁ ଗାଁ ଦାଣ୍ଡ ରାସ୍ତାରେ ପ୍ରତ୍ୟେକ ଘରର ମହିଳା ମାନଙ୍କ ବନ୍ଦାପନା ଦୃଶ୍ୟ ସ୍ଵତନ୍ତ୍ର ନିଆରା ରହିଥିଲା । ଉତ୍ସବ ମୁଖର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସ ଯାତ୍ରା ସାରି ମନ୍ଦିରରେ ପ୍ରବେଶ କରି କଳସ ସ୍ଥାପନ କରିଥିଲେ ।ଅଶୋକ କୁମାର ନାୟକ ଓ ସହ ଧାର୍ମିଣୀ ଅମିତା ନାୟକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସୁଦୂର ପୁରୀରୁ ଆସିଥିବା ପଣ୍ଡିତ ଡକ୍ଟର ପ୍ରଶାନ୍ତ କୁମାର ଷଡଙ୍ଗୀ ,ପଣ୍ଡିତ ନିରଞ୍ଜନ ଦାସ ,ପଣ୍ଡିତ ବୃନ୍ଦାବନ ଦାସ ସମେତ ଅନ୍ୟ ସହଯୋଗୀ ପୂଜକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଦାୟିତ୍ଵ ନିର୍ବାହ ଜାରି ରଖିଛନ୍ତି । ଗ୍ରାମ୍ୟ କମିଟି ସଭାପତି ଗୋପାଳ ଚନ୍ଦ୍ର ବଳ, ସମ୍ପାଦକ ଚନ୍ଦ୍ର ଶେଖର ବଳ,କୋଷାଧ୍ୟକ୍ଷ ସଞ୍ଜୟ କୁମାର ନାୟକ , ଡ଼ମୋଳ ଗ୍ରାମ୍ୟ ପରିଚାଳନା ପରିଷଦ ,ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ୩ ଦିନ ଧରି ମହାସମାରୋହରେ ପାଳିତ ହେଉଛି ପଞ୍ଚମ ମହାଶିବରାତ୍ରୀ ମହୋତ୍ସବ । ଏହି ଅବସରରେ ୩ ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

error: Content is protected !!