ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଗତ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ଅତି ଆକର୍ଷଣୀୟ ଦେଖିବାକୁ ମିଳିଥିଲା । ଛାତ୍ର ଛାତ୍ରୀଙ୍କ ସୁସଜ୍ଜିତ ବେଶରେ ନାଚ ଗୀତ ପରିବେଷଣ, ପୁରସ୍କାର ବିତରଣ ଉତ୍ସବ ଏବଂ ଦର୍ଶକଙ୍କ ସମାଗମରେ ବିଦ୍ୟାଳୟ ପରିବେଶ ସ୍ଵତନ୍ତ୍ର ନିଆରା। ରହିଥିଲା । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ କୁମାର ସିଂହଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ବାର୍ଷିକ ଉତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରିଣୀ ସଂଯୁକ୍ତା ସାମଲ, କଙ୍କିଳି ରାଧା କୃଷ୍ଣଜୀୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାହୁ , ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ଭଗବାନ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ସାହୁ , ବସୋଇ କ୍ଲଷ୍ଟର ସିଆରସିସି ସୌମେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ପିଲା ସଂଖ୍ୟା ତୁଳନାରେ ଶିକ୍ଷକ ଆବଶ୍ୟକତା ରହୁଥିବା ଏବଂ ନୂତନ ଶିକ୍ଷା ବର୍ଷରେ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଯାଉଥିବା ବେଳେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ନିତ୍ୟାନ୍ତ ଆବଶ୍ୟକ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ବାର୍ଷିକ ବିବରଣୀ ପାଠରେ ବ୍ଲକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ୟାକୁ ଗୁରୁତ୍ୱାରୋପ ଦେଇ ଏହାର ସମାଧାନ ପୂରଣ କରିବାକୁ ଶ୍ରୀମତୀ ନାୟକ ଦୃଢ଼ ପରିକର ବୋଲି ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ଶିକ୍ଷକ ବରୁଣ କୁମାର ସାହୁ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବିଦ୍ୟାଳୟର ଖେଳ ଶିକ୍ଷକ ସଞ୍ଜୀବ କୁମାର ନାୟକ ,ଶିକ୍ଷକ ଶିବ ପ୍ରସାଦ ସାହୁ,ଦୀପ୍ତି ରଞ୍ଜନ ପାଣି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ନାଚ ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

More Stories
ଶ୍ରମିକ ସଂଗଠନମାନଙ୍କ ଦ୍ଵାରା ଆସନ୍ତାକାଲି ଧର୍ମଘଟକୁ ସଫଳ କରିବା ପାଇଁ ଫରୱାର୍ଡ ବ୍ଲକର ଆହ୍ୱାନ
ମୋତେ ଫସାଇ ଦିଆଯାଇଛି, ମୁଁ ନିର୍ଦ୍ଦୋଶ କହିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା |
ହନୁମାଙ୍କଡ ଉପଦ୍ରବରେ ଗ୍ରାମବାସୀ ଆତଙ୍କିତ |