ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ବିରୁଦ୍ଧରେ ରାଜ୍ୟ ବିଜେଡି ର ଆହ୍ୱାନ କ୍ରମେ ଆଜି ଶୁକ୍ରବାର ଦିନ କଟକ ଜିଲ୍ଲା ବିଜେଡ଼ି ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ କଟକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ଅବସରରେ ଧାନ ବସ୍ତା ମୁଣ୍ଡାଇ ଏକ ବଡଧରଣର ଶୋଭାଯାତ୍ରା ଆସିବା ପରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ବାରବାଟି କଟକ ବିଧାୟକ ସୈ।ଭିକ୍ ବିଶ୍ୱାଳ,ବାଙ୍କି ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ଉପସଭାପତି ଦେଵୀ ମିଶ୍ର, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ପୂର୍ବତନ ବିଧାୟକ ଡଃ ପ୍ରମୋଦ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସୁବୋଧ ବେହେରା, ସଦର ବିଜେଡି ନେତା ବିଳାସ ମଲ୍ଲିକ,ସହର ବିଜେଡ଼ି ନେତା ମଧୁସୂଦନ ସାହୁ, ଡ଼ଃ ରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁ କର୍ମୀ ଓ ନେତା ଯୋଗଦାନ କରି ରାଜ୍ୟ ସରକାରଙ୍କ ଉପରେ ଵହେ ଵର୍ଷିଥିଲେ।
Disclaimer: This content has not been generated, created or edited by Dailyhunt. Publisher: Odisha Samachar

More Stories
ୟୁଦ୍ଧ ଆଶଙ୍କା ; ଇରାନ ଅଭିମୁଖେ ଦ୍ୱିତୀୟ ଆମେରିକୀୟ ଯୁଦ୍ଧ ବିମାନ
କାଲି ବିଜେଡ଼ି ରୁ ବିତାଡିତ , ଆଜି ବିଜେପି ରେ ସାମିଲ
ଓଡ଼ିଶାର ଆର୍ଥିକ ବିକାଶ ଲକ୍ଷ୍ୟ ଦିଗରେ ଉଲ୍ଲେଖନୀୟ ଭୂମିକା ପ୍ରଦର୍ଶିତ କରୁଛି ପାରାଦ୍ୱୀପ ବନ୍ଦର: ମୁଖ୍ୟ ଶାସନ ସଚିବ |