February 13, 2026

Now Odisha

Now Odisha

କାଲି ବିଜେଡ଼ି ରୁ ବିତାଡିତ , ଆଜି ବିଜେପି ରେ ସାମିଲ

Spread the love

 ଗତକାଲି ବିଜେଡି ଯେଉଁ ଦୁଇଜଣ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି କଟକ ସଦର ଅନ୍ତର୍ଗତ କନ୍ଦରପୁର ୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମହାଳି ଓ ଵାଵୁଜଙ୍ଗ ପଞ୍ଚାୟତ ସରପଂଚ ସ୍ୱାଧୀନ ଭୂୟାଁ ଙ୍କୁ ଦଳରୁ ନିଲମ୍ବିତ କରିଥିଲା , ଆଜି ଶୁକ୍ରବାର ଦିନ ବିଜେପି ସେମାନଙ୍କୁ ରାଜ୍ୟ କାର୍ଯ୍ୟାଳୟରେ କୋଳେଇ ନେଇଥିବା ଜଣାପଡିଛି।

ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି ଦୁଇଜଣଙ୍କ ସହିତ ଧରିଣା ସରପଂଚ ରତ୍ନାକର ରାଉତ, ଯଶପଡା ସରପଂଚ ମୀନତି ସେଠୀ, ନେମାଳ ସରପଂଚ ସସ୍ମିତା ମହାନ୍ତି, ମହମ୍ମଦପୁର ପୂର୍ବତନ ସରପଂଚ ସରୋଜ ବେହେରା,ମଣିଜଙ୍ଗ ସରପଂଚ ସାରଦା ମହାନ୍ତିଙ୍କ ସହିତ ବହୁ ନାଏବ ସରପଞ୍ଚ,ୱ।ର୍ଡ ସଭ୍ୟ/ ସଭ୍ୟା ଓ ଅନ୍ୟ ଦଳରୁ ଆସିଥିବା ବ୍ୟକ୍ତିଙ୍କୁ ଟୋପି ଓ ଉତ୍ତରୀୟ ଦେଇ ଦଳରେ ବିଧିବଦ୍ଧ ଭାବେ ସାମିଲ କରାଇଥିଲେ। ଆଗକୁ ଦଳର ସୁଦୃଢିକରଣ ପାଇଁ ଏମାନଙ୍କ ର ଭୁମିକା ଅଗ୍ରଗଣ୍ୟ ହେବ ବୋଲି ବିଧାୟକ ପ୍ରକାଶ ସେଠୀ କହିବା ସହିତ ଆଗାମୀ ଦିନରେ ଆହୁରି ଅନେକ ବିଜେପି ରେ ସାମିଲ ହେବେ ବୋଲି କହିଛନ୍ତି।

error: Content is protected !!