February 14, 2026

Now Odisha

Now Odisha

ପାଞ୍ଚ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ କର୍ମଶାଳା ( ଫଟୋ) ————————————— ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫ ଦିନ ଧରି ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକଙ୍କ ତତ୍ବାବଧାନରେ ଗତ ୯ ତାରିଖ ଠାରୁ ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହୋଇଯାଇଥିବା ଶିବିରରେ ଆର ପି ଶିକ୍ଷକ ସୌମ୍ୟ ପଟ୍ଟନାୟକ ,ବରୁଣ କୁମାର ସାହୁ , ଅଜିତ୍ କୁମାର ଦାସ ,ପଙ୍କଜ ବାରିକ ପ୍ରମୁଖ ୫ ଦିନ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଚଳିତ ନୂତନ ଶିକ୍ଷା ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ କିପରି ଚିନ୍ତା ମୁକ୍ତ ହୋଇ ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ସହଜରେ ପଠନ କରିବା, ଶିକ୍ଷାର ଅଭିବୃଦ୍ଧି ଓ ଗୁଣାତ୍ମକ ବିକାଶ ଦିଗରେ ଅଗ୍ରଗତି ହେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିବା , ଶିକ୍ଷାର ଅଭିବୃଦ୍ଧି ଘଟାଇବା ପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ଜାରି କରିଛନ୍ତି । ଛାତ୍ର ଛାତ୍ରୀ ନୂତନ ଶିକ୍ଷା ବର୍ଷରେ ନୂତନ ପୁସ୍ତକ ପଠନ କରିବା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସରଳୀକରଣ ଭାବେ ଶିକ୍ଷାଦାନ କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଶିକ୍ଷକ ଆର ପି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଉପରେ ପାଞ୍ଚ ଦିନ ଧରି ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ମାର୍ଗଦର୍ଶନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

error: Content is protected !!