February 14, 2026

Now Odisha

Now Odisha

ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ

Spread the love

ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଶନିବାର ମେ‌ଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି। ଏଲମ୍ବିଏସ୍ ରୋଡ ନିକଟରେ ନିର୍ମାଣାଧିନ ମେଟ୍ରୋର ପିଲାରର ଏକ ବଡ଼ ଅଂଶ ଖସିପଡ଼ିଛି। ଶନିବାର ଅପରାହ୍ନରେ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ି ଏକ ଚଳନ୍ତା ଅଟୋରିକ୍ସା ଉପରେ ପଡିଥିଲା। ଫଳରେ ଅଟୋଟି ଚାପି ହୋଇ ଜଣେ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ପିଲାରର ଏକ ଅଂଶ ନିକଟରେ ଯାଉଥିବା ଏକ କାରରେ ପଡ଼ି କାରର ମଧ୍ୟ ଅଳ୍ପ କ୍ଷତିଗ୍ରସ୍ତ ହୋଇଛି।

ଅଟୋରେ ଥିବା ଯାତ୍ରୀମାନେ (ମୃତକ ଏବଂ ଆହତ) ଉତ୍ତର ପ୍ରଦେଶର ଜୌନପୁର ଅଞ୍ଚଳର, ସେମାନେ ପର୍ଯ୍ୟଟକ ଭାବରେ ମୁମ୍ବଇ ଆସିଥିବା ଜଣ ପଡିଛି। ଘଟଣାରେ ରାମଧନ ଯାଦବ(୫୫)ଙ୍କର ମୃତ୍ୟୁ ହୋଇଥିବା ବେଳେ ବବଲୁ ଯାଦବ(୨୫) ଏବଂ ମହେନ୍ଦ୍ର ଯାଦବ(୩୦) ଆହତ ହୋଇଛନ୍ତି।

error: Content is protected !!