ବିଜେପି କେମିତି କହୁଛି ରାଜ୍ୟସଭା ଚତୁର୍ଥ ଆସନ ହାତେଇବ ? ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡା ବେପାର କରିବାକୁ ପ୍ରୟାସ ଆରମ୍ଭ କରିଛି । ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ବିଜେପି ବିରୋଧରେ ଏପରି ବଡ଼ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେପି କହିଛି ପିସିସି ସଭାପତି ନିଜ ଘୋଡା ଉପରେ ନଜର ରଖନ୍ତୁ ।ବିଜ୍ଞପ୍ତି ପ୍ରକାଶ ପରେ ନବୀନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।
ରାଜ୍ୟସଭାରେ ଖାଲି ପଡିବ ୪ଟି ଆସନ । ବିଜେପି ୩ଟି ଦଖଲ ପାଇଁ ସ୍ବପ୍ନ ଦେଖୁଛି । ସଂଖ୍ୟା ନଥାଇ ବିଜେପି ୩ଟି ଆସନ ହାତେଇବା ନେଇ ଦମ୍ଭୋକ୍ତି ଦେଖାଇବାକୁ ଘୋଡା ବେପାରର ଆଖ୍ୟା ଦେଇଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଛନ୍ତି, ରାଜ୍ୟସଭା ପାଇଁ ବିଜେପି ଏବେଠାରୁ ଘୋଡା ବେପାର କରିବା ଆରମ୍ଭ କରି ଦେଇଛି । ଯେଉଁଥିପାଇଁ ରାଜ୍ୟ ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ନେତା ଯାଏଁ ସମସ୍ତେ କହୁଛନ୍ତି ଦଳ ୩ଟି ଆସନ ହାତେଇବ । ରାଜ୍ୟସଭା ପାଇଁ ୨ଟି ଆସନ ଲାଗି ବିଜେପି ପାଖରେ ସଂଖ୍ୟା ଥିବାରୁ ସେମାନେ ତୃତୀୟ ଆସନ ପାଇଁ ଘୋଡା ବେପାର କରିବାକୁ ପ୍ରୟାସ କରିଛନ୍ତି । କଂଗ୍ରେସର ୧୪ଜଣ ବିଧାୟକଙ୍କୁ ନେଇ ପିସିସି ସଭାପତି ବୈଠକ କରିବେ ଓ ସମସ୍ତ ଭୋଟ କଂଗ୍ରେସ ପାଖରେ ରହିବ ବୋଲି ପିସିସି ସଭାପତି କହିଛନ୍ତି । ବିଜେପି ରାଜ୍ୟସଭାରେ ଘୋଡା ବେପାର କରିବ ବୋଲି ପିସିସି ସଭାପତିଙ୍କ ଅଭିଯୋଗର ଦୃଢ ଜବାବ ଦେଇଛି ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, କଂଗ୍ରେସ ନିଜ ଦଳର ଘୋଡାଙ୍କୁ ଆଗ ଜଗୁ ।ରାଜ୍ୟସଭାର ଚତୁର୍ଥ ଆସନ କାହାର ହେବ ? ସସପେନ୍ସ ଜାରି ରହିଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ମିଶାଣ ଫେଡାଣ କରୁଛନ୍ତି । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ଚତୁର୍ଥ ଆସନ ପାଇଁ ବିଜେଡି କିଙ୍ଗ ମେକର ସାଜିବ । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…