February 14, 2026

Now Odisha

Now Odisha

ଦିନିକିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ, ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ଜରୁରୀ ଅବତରଣ ବ୍ୟବସ୍ଥା ଉଦଘାଟିତ, ୫ ହଜାର କୋଟିର ପ୍ରକଳ୍ପ ଭେଟି

Spread the love

 ପ୍ରତିରକ୍ଷା କ୍ଷେତ୍ରରେ ନୂଆ ପଦକ୍ଷେପ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟର ପ୍ରଥମ ରାଜପଥଭିତ୍ତିକ ଜରୁରୀ ଅବତରଣ ସୁବିଧାକୁ ଉଦଘାଟନ କରିଛନ୍ତି। ସେନା ପାଇଁ ଏହା ବେଶ୍ ସହାୟକ ହେବ। ଦିନିକିଆ ଆସାମ ଗସ୍ତରେ ଯାଇ ମୋଦୀ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।ଆସାମ ଦିବ୍ରୁଗଡ଼ ମୋରାନ୍ ବାଇପାସ ରାଜପଥରେ ନିର୍ମିତ ଏହି ସ୍ଥାନ- ଇଏଲଏଫରେ ଐତିହାସିକ ଅବତରଣ କରିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ। ଜରୁରୀ ଅବତରଣ ସୁବିଧାକୁ ଉଦଘାଟନ କରିଥିଲେ ମୋଦୀ । ୪ କିଲୋମିଟରରୁ ଅଧିକ ଲମ୍ବର ଇଏଲଏଫ୍ ଚୀନ ସୀମାରୁ ୩ ଶହ ଓ ମିଆଁମାରଠାରୁ ୨ଶହ କଲୋମିଟର ଦୂରରେ ଥିବାରୁ ଭାରତୀୟ ସେନା ପାଇଁ ଉଭୟ ସାମରିକ କାର୍ଯ୍ୟାନୁଷ୍ଠାନ ଓ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବେଶ୍ ଉପଯୋଗୀ ହେବ। ଏହି ଅବସରରେ ବାୟୁସେନା ପକ୍ଷରୁ ଏରିଏଲ୍ ସୋ’ ପ୍ରଦର୍ଶନ କରାଯାଇଥିଲା। ୩୦ ମିନିଟ ମଧ୍ୟରେ ୧୬ ଲଢୁଆ ବିମାନ ଏଠାରେ ଉଡ଼ାଣ ଓ ଅବତରଣ କରିଥିଲେ।ଆସାମ ପାଇଁ ପ୍ରଧାନମନ୍ତ୍ରୀ ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି। ବ୍ରହ୍ମପୁତ୍ର ନଦୀ ଉପରେ ମୋଦୀ ପ୍ରାୟ ୩ ହଜାର କୋଟି ଟଙ୍କାରେ ନିର୍ମିତ ୬ ଲେନ୍ ବିଶିଷ୍ଟ କୁମାର ଭାସ୍କର ବର୍ମା ସ୍ବତନ୍ତ୍ର ସେତୁ ଉଦଘାଟନ କରିବା ସହିତ ଗୁଆହାଟୀରେ ଆଇଆଇଏମର ଅସ୍ଥୀୟୀ କ୍ୟାମ୍ପସ୍ ଓ ଶହେଟି ଇଲେକ୍‌ଟ୍ରିକ୍ ବସ୍ ଉଦଘାଟନ କରିଥିଲେ । ଆସାମକୁ ମୋଦୀ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଥିବା ବେଳେ ଗୁଆହାଟୀ ଜନସଭାରେ କଂଗ୍ରେସକୁ ସମାଲୋଚନା କରିଥିଲେ। ବିଧାନସଭା ନିର୍ଚାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସାମ ଗସ୍ତକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ମୋଦୀଙ୍କ ଗସ୍ତକୁ କଂଗ୍ରେସ ନେତା ପୱନ ଖେଡ଼ା ସମାଲୋଚନା କରିଛନ୍ତି।

error: Content is protected !!