ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝରା ଗ୍ରାମ ଦଳିତ ବସ୍ତିରେ ପାନୀୟ ଜଳ ସଙ୍କଟକୁ ନେଇ ମହିଳା ମାନେ ଏକଜୁଟ ହୋଇ ସାହି ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଅପରାହ୍ନ ତିନିଟାରୁ ୪ ଟା ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ଧରି ଅବରୋଧ କରିଥିଲେ । ଯାହା ଫଳରେ ଉଭୟ ପାର୍ଶ୍ବରୁ ଶହ ଶହ ସଂଖ୍ୟକ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ସାହିକୁ ଆସିଥିବା ପାଣି ପାଇପ ଖରାପ ଥିବାରୁ ଆଜକୁ ପ୍ରାୟ ଦଶ ଦିନ ଧରି ସାହିର ଲୋକମାନେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେବାରୁ ବାଧ୍ୟ ହୋଇ ମହିଳା ମାନେ ଚରମ ନିଷ୍ପତ୍ତି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ । ଖବର ପାଇ ପରଜଙ୍ଗ ବିଡ଼ିଓ ସୌଭାଗ୍ୟ କୁମାର ବେହେରା, ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ, ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବିଭତ୍ସ କୁମାର ସାହୁ ପ୍ରମୁଖ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ତୁରନ୍ତ ସାହିକୁ ପାଣି ଯୋଗାଇ ଦେବାକୁ ସାହିର ମହିଳାମାନେ ନିଜ ଜିଦରେ ଅଟଳ ରହିଥିଲେ । ସାହିରେ ପାଣି ସମସ୍ୟା ଦୂର କରିବା ପାଇଁ ତୁରନ୍ତ ପାଇପ ଲାଇନ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ପାଇବା ଏବଂ ସାହିରେ ସାତ ଦିନ ମଧ୍ୟରେ ଏକ ନଳକୂପ ବସାଇବା ପ୍ରତିଶ୍ରୁତି ପାଇ ମହିଳା ମାନେ ରାସ୍ତାରୁ ଓହରିଥିଲେ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ମୁତୟନ ଥିଲେ ।

More Stories
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
୨୫ ତାରିଖ ଦିନ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି |