ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ 2023 ଉଦଯାପିତ


ରାୟଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ 2023 ଉଦଯାପିତ।ସ୍ୱାସ୍ଥ୍ୟ ହିଁ ସମ୍ପଦ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜୀବନରେ ଖେଳକୁଦ ହିଁ ଆବଶ୍ୟକତା ରହିଛି।ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶା ଖେଳକୁଦର ହବ ପାଲଟିଥିବା ବେଳେ ଓଡିଶା ସରକାର ଖେଳର ଆବଶ୍ୟକତାକୁ ହୃଦୟଙ୍ଗମ କରି ଖେଳାଳି ମାନଙ୍କୁ ପ୍ରୋତ୍ସାହନ କରି ଆସୁଛନ୍ତି। ଗାଁ ଗାଁରେ ଲୁକ୍କାୟିତ ଥିବା ପ୍ରତିଭାବାନ ଖେଳାଳି ମାନଙ୍କୁ ଚି଼ହ୍ନଟ କରିବା ଏବଂ ତାଙ୍କର ପ୍ରତିଭାକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ “ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା” ମାଧମରେ ଓଡିଶା ସରକାରଙ୍କ “ଖେଳ ଏବଂ ଯୁବ ସେବା ବିଭାଗ” ତରଫରୁ ବିଭିନ୍ନ ପ୍ରକାରର ଖେଳ, ସାଂସ୍କୃତିକ ପ୍ରତିଯୋଗିତା ତଥା ଜନ ସଚେତନତା କାର୍ଯ୍ୟକ୍ରମ ପ୍ରତି ମହାବିଦ୍ୟାଳୟ ITI ତଥା ବିଭିନ୍ନ ଅନୁଷ୍ଠାନ ଗୁଡିକରେ ପାଳିତ ହେଉଅଛି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବିଷମକଟକରେ ଗତ ତା. 4/12/23 ରିଖ ଠାରୁ ଆରମ୍ଭ ହେଇ 9/12/2023 ରେ ଉଦଯାପନୀ ହେଇଯାଇଛି।ତ୍ରିସ୍ତରୀୟ ଏହି ଖେଳ କୁଦ ପ୍ରତିଯୋଗିତାକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାଏକ ମହୋଦୟଙ୍କ କର କମଳରେ ଆରମ୍ଭ ହେଇଅଛି।ଉଦଯାପନୀ ସମାରୋହରେ ମାନ୍ୟବର ଅନୁସୂଚିତ ଜାତି, ଉପଜାତି, ପଛୁଆ ବର୍ଗ ମଙ୍ଗଳ ଏବଂ ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମହୋଦୟ, ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ କେ. ଭେଙ୍କଟେଶ୍ୱର ରେଡ୍ଡୀ, ସ୍ଥାନୀୟ ବ୍ଲକ vice chairman ଦେବି ପ୍ରସାଦ ପଟନାଏକ ମହୋଦୟ ତଥା ବିଷମକଟକ ବାର କାଉନସିଲ ର ସେକ୍ରେଟାରୀ ସନ୍ତୋଷ କୁମାର ପଣ୍ଡା ମହୋଦୟ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମେମ୍ବର ଶ୍ରୀଯୁକ୍ତ ଡମ୍ବରୁ ଧର ଚୌଧୁରୀ ମହୋଦୟ ଏବଂ ବିଷମକଟକ ଥାନା ଅଧିକରୀ ଶ୍ରୀ ଆମଲ ସରଦାର ଏବଂ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଖେଲାରାମ ହେମ୍ବ୍ରମ ଏବଂ ଅନୁଷ୍ଠାନ ର ସମସ୍ତ କର୍ମକାରୀ ଗଣ ଙ୍କ ଉପସ୍ଥିତି ରେ ଉଦଯାପନୀ ସମାରୋହ ପାଳନ ହେଇଯାଇଛି.ସନମ୍ମାନନୀୟ ମନ୍ତ୍ରୀ ବିଜୟୀ କ୍ରୀଡ଼ାବିତ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।


error: Content is protected !!