ଏଫ୍ଆଇଏଚ୍ ପ୍ରୋ ଲିଗ୍ର ରାଉରକେଲା ପର୍ଯ୍ୟାୟରେ ଖେଳିଥିବା ଚାରିଟି ଯାକ ମ୍ୟାଚ୍ ହାରି ଲଜ୍ଜିତ ହୋଇଥିବା ଭାରତୀୟ ହକି ସମ୍ମୁଖରେ ଆଉ ଏକ ମସ୍ତବଡ଼ ଆହ୍ୱାନ ଉପନୀତ ହୋଇଛି । ଭାରତୀୟ ଦଳ ଏହି ସମ୍ମାନଜନକ ପ୍ରତିଯୋଗିତାର ଅଷ୍ଟ୍ରେଲୀୟ ଲେଗ୍ରେ ଆୟୋଜକ ତଥା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ୟୁରୋପୀୟ ଶକ୍ତି ସ୍ପେନ୍ର ମୁକାବିଲା କରିବାକୁ ଯାଉଛି ।ଏହି ଲେଗ୍ ଚଳିତ ମାସ ୨୦ରୁ ୨୫ ତାରିଖ ଯାଏଁ ଅଷ୍ଟ୍ରେଲିଆର ହୋବର୍ଟସ୍ଥିତ ତାସମାନିଆ ହକି ସେଣ୍ଟରଠାରେ ଖେଳାଯିବ । ଏଥିଲାଗି ହକି ଇଣ୍ଡିଆ ମଙ୍ଗଳବାର ୨୪ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଘୋଷିତ ଦଳରେ ଓଡ଼ିଶାର ତିନି ତାରକା ଅମିତ ରୋହିଦାସ, ଅମନଦୀପ ଲାକ୍ରା ଓ ଶିଳାନନ୍ଦ ସ୍ଥାନ ବଜାୟ ରଖିଛନ୍ତି । ହେଲେ ରାଉରକେଲାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋଶନ କୁଜୁର ଓ ରକ୍ଷଣଭାଗ ଖେଳାଳି ନୀଲମ ସଂଜୀପ ଖେସ୍ ବାଦ୍ ପଡ଼ିଛନ୍ତି ।

More Stories
ଚିକିତ୍ସା ବାହାନାରେ ଆସି ସଶସ୍ତ୍ର ଡକାୟତି ବନ୍ଧୁକ ମୁନରେ ଟଙ୍କା ଓ ସୁନା ଲୁଟ୍୍
ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା
ସୁପରହୀରୋ ହେବେ ଅମୀର