CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରନ୍ତୁ


ଓଡ଼ିଶା ପାଇଁ ଏହା ଏକ ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ବିଷୟ ଯେ ଓଡ଼ିଶାରେ ଏକା ସହିତ ଏତେ ପରିମାଣର କଳା ଟଙ୍କା ଜବତ ହେବା ପ୍ରଥମ ଘଟଣା ଘଟିଛି କିନ୍ତୁ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଯଦି ତାଙ୍କର ସତରେ ସାହସ ଅଛି ତେବେ CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରନ୍ତୁ । ସ୍ଵଚ୍ଛତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳା ଟଙ୍କା ଜବତ କରାଯାଇଛି । ଅଣଓଡ଼ିଆ ବ୍ୟବସାୟୀ ମାନେ ଓଡ଼ିଶାର ଖଣି ଓ ଚିଟଫଣ୍ଡ ଟଙ୍କାକୁ ଲୁଟ୍ କରିଥିଲେ କିନ୍ତୁ ଏବେ ଅଣଓଡ଼ିଆ ମଦ ବେପାରୀ ମାନେ ମଧ୍ୟ ଓଡ଼ିଶାକୁ ଲୁଟ୍ କରୁଛନ୍ତି ।କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା ଏହି କଳା ଟଙ୍କାର ସନ୍ଧାନ ପାଇ ପାରିଲା ତେବେ ଓଡ଼ିଶା ପୋଲିସ, ଗୁଇନ୍ଦା ଓ ଇଡବ୍ଲୁ ଜାଣିପାରିଲା ନାହିଁ କିପରି ? ଓଡ଼ିଶାର ପ୍ରଶାସନର ଏଭଳି ଏକ ବଡ଼ ଅସଫଳତା ରାଜ୍ୟବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ । ଏହି ଘଟଣାର ସିବିଆଇ ତଦନ୍ତ ହେଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିଯିବ ।


error: Content is protected !!