ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୫୮/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ସୋମବାର ରାତି ପ୍ରାୟ ସାଢ଼େ ୯ ଟାରେ ଏ. ରାଜୁ ନିଶାସକ୍ତ ଅବସ୍ଥାରେ ଘରେ ସ୍ତ୍ରୀ ଏ. ଯଶୋଦାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ସେ ପ୍ରତିବାଦ କରିବାରୁ ସ୍ବାମୀ ଘରେ ଥିବା ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇଦେଇଥିଲେ। ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଅଗ୍ନିକାଣ୍ଡରେ ଘରର ଲୁଗା,ପୋଷାକ, ଖଟର ବେଡସିଟ ଓ କିଛି ଘରକରଣା ଜଳି ଯାଇଥିବା ଜଣାପଡିଛି। ଏନେଇ ସ୍ତ୍ରୀ ଏତଲା ଦେବା ପରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ଦିଲ୍ଲୀପ ଗୋରଡ଼ା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବ୍ରହ୍ମପୁର ନିକଟସ୍ଥ ଏକ ନିଶା ନିବାରଣ କେନ୍ଦ୍ରରେ ରାଜୁଙ୍କୁ ପ୍ରାୟ ୪ ମାସ ରଖାଯାଇଥିଲେ ମଧ୍ୟ ସେ ମଦ ଛାଡି ନ ଥିବା ସ୍ତ୍ରୀ ଯଶୋଦା ପୋଲିସକୁ କହିଛନ୍ତି।

More Stories
ମରିସସକୁ କେତେ ଟଙ୍କା ଋଣ ଦେଇ ଧନୀ କରିଛି ଭାରତ? ଏହି ଋଣକୁ କିପରି ସୁଝିବ ମରିସସ;
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା |
ଜେଲରୁ ମୁକୁଳିଲେ ରାଜପାଲ ଯାଦବ, ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଜେଲରେ |