February 17, 2026

Now Odisha

Now Odisha

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

Spread the love

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧ ମସିହାର ଏକ ଲାଞ୍ଚ ମାମଲାରେ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ଜିଲା ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଶ୍ରୀ ବଦ୍ରୀ ନାରାୟଣ ନନ୍ଦ ଏହି ମାମଲାର ବିଚାର କରି ଅଭିଯୁକ୍ତ ପିଇଓ ଦୁରିଆଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

ଜରିମାନା ଅନାଦେୟ ହେଲେ ଆହୁରି ୪ ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତର ଲୋହରାଜୋର ଗ୍ରାମର ବିଶେଶ୍ୱର ଗଉଡ଼ଙ୍କୁ ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା କିସ୍ତି ୨୦ ହଜାର ଟଙ୍କା କରିଦେବାକୁ ଅଭିଯୁକ୍ତ ପିଇଓ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ହିତାଧିକାରୀ ତଥା ଅଭିଯୋଗ କାରୀ ଗଉଡ଼ ୨୦।୧୦।୨୦୨୧ରେ ଭବାନୀପାଟଣା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହେଇଥିଲେ। ଏହାର ଦିନକ ପରେ ଅର୍ଥାତ ୨୧ ତାରିଖ ଭବାନୀପାଟଣା ବସଷ୍ଟାଣ୍ଡ ଠାରେ ଅଭିଯୋଗ କାରୀ ଗଉଡ଼ଙ୍କ ଠାରୁ ପିଇଓ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସିଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ଅଭିଯୁକ୍ତ ପିଇଓ ଦୁରିଆ କେସିଙ୍ଗା ବ୍ଲକରେ କାର୍ଯ୍ୟରତ ଥିବା ଜଣାପଡିଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁଧୀର କୁମାର ପଣ୍ଡା ଓ ଇମ୍ରାନ ଖାଁ ପରିଚାଳନା କରିଥିଲେ।

error: Content is protected !!