କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବୁରାଟ ଠାରେ ଆଜି ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି। ଅତିଥି ମାନେ ଇଷ୍ଟ ଦେବୀ ମା ମାଣିକେଶ୍ଵରୀ ଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରି ସଭା ଟି ଶୁଭ ଆରମ୍ଭ କରିଥିଲେ । ଏହି କର୍ମଶାଳା ଉଦ୍ୟାନ କୃଷି ବିଭାଗର ସହଯୋଗରେ ଆୟୋଜିତ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ଉଦ୍ୟାନ କୃଷି ସମ୍ବନ୍ଧୀୟ ଆଧୁନିକ ପ୍ରଯୁକ୍ତି, ନୂତନ ଚାଷ ଉଦ୍ଧତି ଏବଂ ସରକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । ମ. ରାମପୁର କୃଷି ବିଭାଗ ଅଧିକାରୀ ମାଟି ପରୀକ୍ଷା ବିଷୟରେ କୃଷକ ମାନଙ୍କୁ ବୁଝାଇଥିଲେ । କର୍ଲାମୁଣ୍ଡା ବ୍ଳକର କୃଷି ବିଭାଗ ଅଧିକାରୀ ଛତୁ, ଚାଷର ବିଭିନ୍ନ ଉପାୟ ଉପସ୍ଥାପନ କରିଥିଲେ । କୃଷି ବିଭାଗର ସମସ୍ତ ବିଭାଗ ର କର୍ମଚାରୀ ମାନେ ଓ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର କୃଷକମାନେ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ବିଶେଷ କରି କୁକୁଡ଼ା ଚାଷ, ମାଛ ଚାଷ, ଛତୁ ଚାଷ ଓ ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନା ବିଷୟରେ ବିଭାଗିୟ କର୍ମଚାରୀମାନେ ବୁଝାଇଥିଲେ । କୃଷକମାନେ ଏହି କର୍ମଶାଳାରୁ ବହୁତ ଲାଭ ହେଉଥିବା କଥା କହିଥିଲେ ଏବଂ ଭବିଷ୍ୟରେ ଉଦ୍ୟାନ କୃଷିକୁ ଅଧିକ ମାତ୍ରାରେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!