ଖୋର୍ଦ୍ଧା- ବେଲେଗଡ଼ ରେ ବ୍ଲକ ଉଗ୍ରରୂପ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି । ବେଲେଗଡ ପୋଲିସ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ନିର୍ବାଚିତ ପ୍ରତିନିଧିଙ୍କ ଦିର୍ଘ ୯ଦିନ ଧାରଣା ପରେ ଆଜି ନେଇଛି ଉଗରୂପ ନେଇଛି । ବେଲେଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁ ସାଧାରଣତନ୍ତ୍ର ଦିବସରେ ମିଳିତ ପ୍ୟାରେଡ଼ ନକରାଇବା ସହ ନିଜେ ଅନୁପସ୍ଥିତ ରହି ସ୍ଥାନୀୟ ବିଧାୟକଙ୍କୁ ଅପମାନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଜି ବ୍ଲକ ଅଧକ୍ଷାଙ୍କୁ ବ୍ଲକ ଭିତରକୁ ପ୍ରବେଶ ନକରାଇବା ନେଇ ବିବାଦ ଉଗ୍ରରୂପ ନେଇଥିଲା । ଜନତା ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଡି଼ଓଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକାରୀ।ଆଗକୁ ଆନ୍ଦୋଳନ ଜାରି ରଖିବା ସହ ପରିସ୍ଥିତି ଭୟଙ୍କର ରୂପ ନେବା ନେଇ ଚେତାବନୀ ଦେଇଥିଲେ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦୁଇଟି ଥାନାର ଥାନା ଅଧିକାରୀ, ଅତିରିକ୍ତ ଏସପି ଉପସ୍ଥିତ ରହିଛନ୍ତି । ଆନ୍ଦୋଳନକୁ ୯ଦିନ ବିତିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ପାଖରେ ଜିଲାର କୌଣସି ଅଧିକାରୀ ନପହଞ୍ଚିବାକୁ ନେଇ ବିବାଦ ଉଗ୍ରରୂପ ନେଇଛି । ଏହି ଆନ୍ଦୋଳନକୁ ସମସ୍ତ ଦଳ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |