February 19, 2026

Now Odisha

Now Odisha

କଟକ ନୂଆପଡା ପ୍ରେସ କଲୋନୀରେ ଗୁଳି ମାଡ଼ : ଜଣେ ଯୁବକ ମୃତ

Spread the love

କଟକ ସହର ଦିନକୁ ଦିନ ଅଶାନ୍ତ ହୋଇପଡିଛି। ଚୋରୀ, ଡକାୟତ, ରାହାଜାନୀ, ଖଣ୍ଡା, ଭୁଜାଲି ,ବୋମା ଆକ୍ରମଣ ଏବଂ ଗୁଳିକାଣ୍ଡ ଭଳି ଅପରାଧ ଘଟି ଚାଲିଛି, ପୋଲିସର ନିଷ୍କ୍ରିୟତା ଯୋଗୁଁ ଏବେ କଟକବାସୀ ଭୟଭୀତ । ମଧୁପାଟଣା ଥାନା ନୂଆପଡା ପ୍ରେସ କଲୋନୀରେ ଗୁଳିମାଡ଼ ହୋଇଛି । ଭୋଜିଭାତ ଚାଲିଥିବାବେଳେ ସୌମ୍ୟରଞ୍ଜନ ଜେନା (ରିଙ୍କୁ) ନାମକ ଜଣେ ଯୁବକକୁ ଗୁଳି ଫାୟାରିଂ କରାଯାଇଛି । ଯୁବକ ଜଣଙ୍କର ଛାତିରେ ଗୁଳି ବାଜିଥିଲା, ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କରିଥିଲେ କିଛି ଜଣାପଡି ନଥିବାବେଳେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଏହାର ତଦନ୍ତ ଚଳାଇଛି, କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶି ସାଇଣ୍ଟିଫିକ ଟିମ୍ ପୋଲିସ୍ ତନାଘନା ଖୋଲ୍ଡ଼ାଡ ଆରମ୍ଭ କରିଛି । ମଧୁପାଟଣା ଥାନା ଅଞ୍ଚଳରେ ପୋଲିସ ବ୍ୟାପକ ପଚରା ଉଚୁରା ଚଳାଇଛି । ଖୁବ୍ ଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପୋଲିସ କହିଛି । ସୌମ୍ୟରଂଜନଙ୍କ ମୃତ ଶରୀର ଶବକୁ ବ୍ୟଵଛେଦ ପାଇଁ ଏସିବି କୁ ପୋଲିସ ପଠାଯାଇଛି । କଟକର ଏହିସବୁ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ସଜାଗ ରହିବାକୁ କଟକବାସି ନିବେଦନ କରିଛନ୍ତି,।

error: Content is protected !!