ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନରେ ଏମଭି–୭୯ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନେ ବିଭିନ୍ନ ଦାବୀ ପୂରଣ ଦାବିରେ ଆଜି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ଶ୍ରମିକମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ପଦକ୍ଷେପ ଗ୍ରହଣ ହୋଇନାହିଁ। ଏହାକୁ ପ୍ରତିବାଦ କରି ସେମାନେ ଗଣଧାରଣା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ମୁଖ୍ୟ ଦାବୀମାନଙ୍କ ମଧ୍ୟରେ କେନ୍ଦୁପତ୍ର କେରି ଓ ବଣ୍ଡଲ ପ୍ରତି ଦର ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି, ବୋନସ ହାର ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ୪ ଲକ୍ଷ ଟଙ୍କାକୁ ବୃଦ୍ଧି, ରୋଗାକ୍ରାନ୍ତ ସମୟରେ ଛୁଟି ବ୍ୟବସ୍ଥା, ଖାଲି ପଦ ପୂରଣ ଓ ସାମାଜିକ ନିରାପତ୍ତା ପାଇଁ ବଜେଟରେ ୨୦୦ କୋଟି ଟଙ୍କା ବ୍ୟବସ୍ଥା ଭଳି ଦାବୀ ସମ୍ମିଳିତ ଅଛି।
ସେହିପରି, କେନ୍ଦୁପତ୍ର ଫଡି ଉଚ୍ଛେଦ ବନ୍ଦ, ପ୍ରସ୍ତାବିତ କିଛି ଡିଭିଜନରେ ପରୋକ୍ଷ ଘରୋଇକରଣ ବନ୍ଦ ଓ କଲ୍ୟାଣ ଟ୍ରଷ୍ଟ ବୋର୍ଡର ବୈଠକ ଶୀଘ୍ର ଆହ୍ୱାନ କରିବାକୁ ସଂଘ ଦାବୀ କରିଛି।
ଧାରଣାସ୍ଥଳରେ ସଂଘର ପକ୍ଷରୁ କୁହାଯାଇଛି ଯେ, ଯଦି ଶୀଘ୍ର ଦାବୀ ପୂରଣ ନହେଉ, ଆଗାମୀଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
ଏହି ଧାରଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ପ୍ରତିକ୍ରିୟା ମିଳିନାହିଁ।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |