February 21, 2026

Now Odisha

Now Odisha

ଅପରାଧ ପ୍ରବଣ ଜିଲ୍ଲା କୁ ଅପରାଧୀ ଶୂନ୍ୟ କରିବାକୁ ବଜ୍ର ଶପଥ ନେଇଥିବା ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ଦେଖାଇ ଛନ୍ତି କରିସ୍ମା |

Spread the love

ଅପରାଧ ପ୍ରବଣ ଜିଲ୍ଲା କୁ ଅପରାଧୀ ଶୂନ୍ୟ କରିବାକୁ ବଜ୍ର ଶପଥ ନେଇଥିବା ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ଦେଖାଇ ଛନ୍ତି କରିସ୍ମା | ଅପରାଧ ରୋକିବା ହେଉ କିମ୍ବା ନିଶାବେପାରୀ,ବାଲି ଚୋରାଚାଲାଣ ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ପୃଷ୍ଠଭୂମି ଗୁଡିକ ଉପରେ ରୋକ ଲଗାଇବାରେ ସଫଳ ହୋଇଛନ୍ତି l ପାରାଦୀପ ଅଞ୍ଚଳ ରେ କିଛି ଯୁବକ ଏକତ୍ରିତ ହୋଇ କୌଣସି ଯୋଜନା ପ୍ରସ୍ତୁତ କରୁଥିବା ଖବର ବିଶ୍ଵସ୍ଥ ସୂତ୍ରରୁ ପାଇବା ପାରେ ଏସପି ଙ୍କ ନିର୍ଦେଶ କ୍ରମେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ସ୍ମୃତି ରଞ୍ଜନ କର, ଲକଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଙ୍କ ତତ୍ୱାବଧାନ ରେ ଏକ ଟିମ ବାଲଡ଼ିଆ ଚୌମୁହାଣୀ ଠାରେ ପହଞ୍ଚି ଅପରାଧୀ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ l ଏହି ଚଢ଼ାଉ ରେ ବାଲଡ଼ିଆ ଗ୍ରାମର ତିନିଜଣ ଯୁବକଙ୍କୁ ମାଡି ବସିବା ସହିତ ସେମାନଙ୍କ ନିକଟରୁ ଦୁଇଲକ୍ଷ ରୁ ଉର୍ଧ୍ଵ ଟଙ୍କା ର ବ୍ରାଉନସୁଗାର, ତିନିଗୋଟି ମୋବାଇଲ ସମେତ ଏକ ଗାଡି ଜବତ କରାଯାଇଛି l ଏହା ସହିତ ଉକ୍ତ ଅଭିଯୁକ୍ତ ମାନଙ୍କୁ ଲକଥାନା ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର l ଆଗାମୀ ଦିନରେ ପାରାଦୀପ ରେ ଅପରାଧ ହେଉ କିମ୍ବା ଚୋରା ନିଶାବେପାର ଉପରେ ସମ୍ପୂର୍ଣ ରୋକ ଲଗାଇବାକୁ ଏସପି ଙ୍କ ନିର୍ଦେଶ ରହିଥିବା ବେଳେ ଲକଥାନା ପୋଲିସ ର କାର୍ଯ୍ୟ ଅପରାଧୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି l

error: Content is protected !!