ପୁରୀ ଜିଲ୍ଲାର ମାଳତୀ ପାଟପୁର ଠାରେ ଆଜି ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି। ଏହି ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥ ଉପରେ ଶହ ଶହ ଯାନବାହନ ଅଟକି ରହିଥିଲା।
ସକାଳ ୧୦ଟାଠାରୁ ଦିନ ୩ଟା ପର୍ଯ୍ୟନ୍ତ ହୋଇଥିବା ଏହି ଆନ୍ଦୋଳନରେ ଶତାଧିକ ଓକିଲ ସାମିଲ ହୋଇଥିଲେ। Puri କୁ ଆସୁଥିବା ଓ ଫେରୁଥିବା ପର୍ଯ୍ୟଟକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଥିବା ବେଳେ ଯାତ୍ରୀବାହୀ ବସ୍ଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା।
ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ ପୁରୀ ଜିଲ୍ଲା କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଓ ମଧୁରଜଳ ଅଞ୍ଚଳ CRZ ହୋଇଥିବାରୁ ସେଠାକୁ କୋର୍ଟ ସ୍ଥାନାନ୍ତର କରିବା ନିଷ୍ପତ୍ତି ନିୟମ ବିରୋଧୀ ଅଟେ।
ସଂଘର ସମ୍ପାଦକ ଶରତ ରାୟଗୁରୁ କହିଛନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ସିଆରଜେଡ୍ ଅଞ୍ଚଳ ହୋଇଥିବାରୁ ସେଠାରେ କୋର୍ଟ ନିର୍ମାଣ ଅନୁମତିଯୋଗ୍ୟ ନୁହେଁ।
ଆଇନଜିବି ଚିନ୍ମୟ କୁମାର ଦାଶ କହିଛନ୍ତି, କୋର୍ଟ ଦୂରରେ ରହିଲେ ଗରିବ ଓ ସାଧାରଣ ଲୋକେ ଭୟଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ। ବର୍ତ୍ତମାନ ସ୍ଥାନରେ ଯଥେଷ୍ଟ ସ୍ଥାନ ଥିବାରୁ ସେଠାରେ ନୂଆ କୋର୍ଟ ବିଲ୍ଡିଂ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।
ରାସ୍ତାରୋକ ସମୟରେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, ଶବବାହକ ଓ ଛାତ୍ରଛାତ୍ରୀମାନଙ୍କୁ ଛାଡ଼ ଦିଆଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁରୀ ଏସପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚି ଓକିଲମାନଙ୍କ ସହ ଆଲୋଚନା କରିଥିଲେ।
ସରକାରଙ୍କ ପକ୍ଷରୁ ଯଦି ତୁରନ୍ତ କୋର୍ଟ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ନାହିଁ, ତେବେ ଆସନ୍ତା ୨୭ ତାରିଖରେ ପୁରୀ ବନ୍ଦ ପାଳନ କରାଯିବ ବୋଲି ଓକିଲ ସଂଘ ଚେତାବନୀ ଦେଇଛି।

More Stories
ବଜେଟ୍ରେ ଶ୍ରୀମନ୍ଦିର କୁ ନେଇ ବଡ଼ ଘୋଷଣା |
କଟକ ଜିଲ୍ଲା ରେ ଅଫିମ ଚାଷ, |
ପାଇ ଥିବା ମୋବାଇଲ୍ ଫେରାଇ ଦେଲେ ସିରୁଲ ବ୍ୟବସାଇ ଯୋଗେନ୍ଦ୍ର ସାହୁ ମୋବାଇଲ ର ମୂଲ୍ୟ ୧୩୦୦୦ଟଙ୍କା ର ଥିଲା |