February 21, 2026

Now Odisha

Now Odisha

କରତ କଳ ଉପରେ ଚଢ଼ାଉ।

Spread the love

ଗଞ୍ଜାମ: ଜିଲ୍ଲା ର ‘A ବାରିଡା’ ଗ୍ରାମରେ ବେଆଇନ କରତ କଳ ଉପରେ ବନ ବିଭାଗର ଚଢ଼ଉ; ଲକ୍ଷାଧିକ ଟଙ୍କାର କାଠ ଜବତ
​ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ A ବାରିଡା ଗ୍ରାମରେ ଚାଲିଥିବା ଏକ ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ଉ କରାଯାଇଛି। ଦୀର୍ଘ ଦିନ ଧରି ଏଠାରେ ବିନା ଅନୁମତିରେ କାଠ ଚିରା ଚାଲିଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଢ଼ଉ ସମୟରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି (ଶାଗୁଆନ, ଶାଳ ଇତ୍ୟାଦି) ସହିତ କରତ କଳର ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ବନ ବିଭାଗର ଟିମ୍ ପହଞ୍ଚିବା ପୂର୍ବରୁ କରତ କଳର ମାଲିକ ଓ ସେଠାରେ କାମ କରୁଥିବା ଶ୍ରମିକମାନେ ଫେରାର ହୋଇଯାଇଥିଲେ।
ବନ ବିଭାଗ ପକ୍ଷରୁ ସମ୍ପୃକ୍ତ କରତ କଳକୁ ସିଲ୍ କରାଯାଇଛି ଏବଂ କେଉଁମାନେ ଏହି ବେଆଇନ କାରବାର ପଛରେ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ କରତ କଳ ଗୁଡ଼ିକ ଜଙ୍ଗଲ ସମ୍ପଦ ନଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ, ବନ ବିଭାଗ ପକ୍ଷରୁ ଆଗାମୀ ଦିନରେ ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

error: Content is protected !!