ଗଣିଆ ବ୍ଳକ ୮ଗୋଟି ପଂଚାୟତରୁ ୪ଗୋଟି ପଂଚାୟତରେ ୨୨ଜଣ ନୂତନ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଛି । ଆଡ଼କଟା ପଂଚାୟତରେ ୬ଜଣ, କରଡ଼ାପଡ଼ା ପଂଚାୟତରେ ୨ଜଣ, କିଶୋରପ୍ରସାଦ ପଂଚାୟତରେ ୯ଜଣ ଓ ଗଣିଆ ପଂଚାୟତରେ ୫ଜଣ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଛି । ଏହି ଭତା ବଂଟନ କାର୍ଯ୍ୟକ୍ରମରେ ବିଡିଓ ଲାବଣେନ୍ଦୁ ମହାନ୍ତି, ଏବିଡିଓ ରତନଲାଲ ଲୋହରାଙ୍କ ସମେତ ଆଡ଼କଟାରେ ସରପଂଚ ସୁବାଶିନୀ ବାରିକି, କରଡ଼ାପଡ଼ା ପଂଚାୟତରେ ସରପଂଚ ପ୍ରମୋଦିନୀ ସାହୁ, କିଶୋରପ୍ରସାଦରେ ସରପଂଚ ଗୀତାରାଣୀ ବେହେରା ଓ ଗଣିଆରେ ସରପଂଚ ଗିରିଧାରୀ ସେଠୀ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତା ବଂଟନ କରିଥିଲେ ।ବଡ଼ସିଲିଙ୍ଗା, ଛାମୁଣ୍ଡିଆ, ବେଲପଡ଼ାପାଟଣା ଓ ରାସଙ୍ଗ ପଂଚାୟତର ହିତାଧିକାରୀଙ୍କୁ ଚଳିତ ମାସ ୨୫ ତାରିଖ ବୁଧବାର ଦିନ ଭତା ବଂଟନ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ କହିଛନ୍ତି ।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…