ଭୁବନେଶ୍ୱର : ଚାଷୀ ଝଡରେ ଆଜି ବି ଧୋଇଗଲା ବିଧାନସଭା । ଚାଲିପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ବ୍ୟାନର ଓ ପ୍ଲାକାର୍ଡ ଧରି ଆସି ସରକାରୀଙ୍କ ବିରୋଧରେ ନାରାବାଜି କରିଥିଲେ । କଟନି ଛଟନି ବନ୍ଦ କରିବା, ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଚାଷୀଙ୍କୁ ଦେବା, ସବସିଡ ପାଇଁ ୧୫୦ କୁଇଣ୍ଟାଲ ସୀମା ଉଠାଇବା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ମାଗୁଛନ୍ତି ବିରୋଧୀ ।କିନ୍ତୁ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ନା ଉପ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କେହି ଗୃହରେ ଉତ୍ତର ରଖୁନାହାନ୍ତି । ସରକାର ଆଲୋଚନାକୁ ଆସୁନାହାନ୍ତି ଫଳରେ ଗୃହ ସ୍ବାଭାବିକ ହୋଇପାରୁନାହି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଆଲୋଚନା ପାଇଁ ସରକାର ପ୍ରସ୍ତୁତ । କିନ୍ତୁ ଆଲୋଚନାକୁ ବିରୋଧୀ ଆସୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗତ ୪ ଦିନ ହେବ ଝାଷୀ ଝଡରେ ବିଧାନସଭା ଅଚଳ ହୋଇପଡିଛି ।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!