କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି।ଉତ୍ତରପ୍ରଦେଶରେ ଜଣେ ବର କୁକୁରକୁ ବାଡ଼େଇବାରୁ କନିଆଁ ନିଜ ବାହାଘର ଭାଙ୍ଗିଦେଇଛି । କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ବର ଓ କନ୍ୟାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲାବେଳେ ସେମାନେ ଆର୍ଯ୍ୟସମାଜ ରୀତିନୀତି ଅନୁସାରେ ବିବାହ କରିସାରିଥିଲେ।କିନ୍ତୁ ସାମାଜିକ ସ୍ବୀକୃତି ପାଇଁ ଉଭୟ ପାରମ୍ପରିକ ରୀତିରେ ବିବାହ ପାଇଁ ନିଷ୍ପତ୍ତି ନେବା ପରେ ଗତ ବୁଧବାର ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରପକ୍ଷ ରୋଷଣୀ କରି ବିବାହ ମଣ୍ଡପରେ ପହଞ୍ଚିବାପରେ ମାଳା ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ବିଳମ୍ବିତ ରାତିରେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଉଭୟଙ୍କୁ ଗହଣା ପିନ୍ଧାଯାଇ ବେଦୀରେ କର୍ମ ହେବାକୁ ଯାଉଥିଲା ବେଳେ କନ୍ୟାଙ୍କ କୁକୁର ଜୋର୍ରେ ଭୋକିବାକୁ ଲାଗିଥିଲା। ଏହାକୁ ଦେଖି ବରପକ୍ଷର କେତେକ ଲୋକ କୁକୁରଟିକୁ ବାଡ଼େଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯିବା ସହିତ ମାରପିଟ୍ ମଧ୍ୟ ହୋଇଥିଲା।କନ୍ୟାପକ୍ଷ ମାଡ଼ରେ ବରପକ୍ଷର ୩ ଜଣ ଲହୁଲୁହାଣ ହେବା ପରେ ବିବାହ ଭାଙ୍ଗିଯାଇଥିଲା ଏବଂ ବର ବେଦୀରୁ ଉଠି ପଳାଇଥିଲେ ।

More Stories
ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର |
ପ୍ରଜନନ ସମସ୍ୟାରେ ଠିକ ସମୟରେ ସଠିକ ଚିକିତ୍ସା ଦେଇପାରିବ ସଫଳତା |
ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ