ପାରାଦୀପ ସମୁଦ୍ର କୂଳରେ ଲାଗିଲା ବିରାଟ ତିମି ମାଛ, କୌଣସି ଜାହାଜ ରେ ପିଟିହୋଇ ଏହି ତିମି ମାଛ ଟି ମରିଯାଇଥିବା ନେଇ ସ୍ଥାନୀୟ ଷଣ୍ଢକୁଦ ବସ୍ତି ର ମତ୍ସ୍ୟଯିବି ମାନେ କହିଛନ୍ତି l ପୂର୍ବରୁ ପାରାଦୀପ ସମୁଦ୍ର କୂଳରେ ମୃତ ବିରାଟ ତିମିମାଛ ଲାଗିଥିବା ବେଳେ ଏହି ମାଛ ଟି ତିମିମାଛ ର ଛୁଆବୋଲି ମତ୍ସ୍ୟଯିବି ମାନେ ପ୍ରକାଶ କରିଛନ୍ତି l ମାଛ ଟି ପାଖାପାଖି କୋଡିଏ ଫୁଟ ରୁ ଅଧିକ ଲମ୍ବା ହୋଇଥିବା ବେଳେ ଏହାର ଓଜନ ପ୍ରାୟ ଏକ ଟନ ରୁ ଉର୍ଧ୍ଵ ହେବ ବୋଲି ଆକଳନ କରାଯାଇଛି l ଗଭୀର ସମୁଦ୍ର ମଧ୍ୟରେ କୌଣସି ଜାହାଜ ହେଉ କିମ୍ବା ଅନ୍ୟ କୌଣସି କାରଣବଶତଃ ଏହି ତିମିମାଛ ର ମୃତ୍ୟୁ ହୋଇଥାଇପାରେ ବୋଲି କିଛି ମତ୍ସ୍ୟଯିବି କହିଛନ୍ତି l ମାଛ ଦେହରୁ ବାହାରୁ ଥିବା ଦୁର୍ଗନ୍ଧ ରୁ ଏହି ତିମିମାଛ ପାଖାପାଖି ପନ୍ଦର ଦିନରୁ ଉର୍ଧ୍ଵ ହେବ ମରି ସମୁଦ୍ର ରେ ଭାସି ଆସି କୂଳରେ ଲାଗିବା ଖବର ପ୍ରଚାରିତ ହେବା ପରେ ମାଛ ଦେଖିବାକୁ ଲମ୍ବାଧାଡି ଲାଗିଥିଲା ବେଳେ ପାରାଦୀପ ତଥା କୁଜଙ୍ଗ ର ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସମେତ କୁଜଙ୍ଗ ବନ୍ୟ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି |

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।