ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ଭାଗିରଥିପୁର ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ଗାଡି ଜବତ କରାଯିବା ସହିତ ୭ଗୋରୁ ମାଫିଆଙ୍କୁ ଗିରଫ କରାଯାଇଛି ଯାହା ସୁଚନା ରହିଛି। ଏକ ଭ୍ୟାନରେ ଗୋରୁ ବୋଝେଇ କରି ଗାଡି ଆଗରେ ଏକ ବୋଲରରେ ଏସକଟ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଭାଗିରଥିପୁର ଗ୍ରାମ ନିକଟ ଜଙ୍ଗଲ ଆଡେ ଯାଉଥିବା ବେଳେ ପୋଲିସ କାବୁ କରିଥିଲା। ଭ୍ୟାନ ଜବତ ସହିତ ୧୦ଟି ଗୋରୁଙ୍କୁ ଉଦ୍ଧାର କରିଥିଲେ l ୭ଜଣ ଗୋରୁ ମାଫିଆଙ୍କୁ ଗିରଫ କରାଯାଇଛି। ସମସ୍ତ ଚୌଦ୍ୱାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ହେଲେ ଏସକେ ରଥିକ ଓ ଏସକେ ସକିଲ ଏମାନଙ୍କର ମାଷ୍ଟ୍ର ମାଇଣ୍ଡ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |