କଳାବାଡ଼ିଆ: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ୧୫ ବର୍ଷ ବୟସର ନାବାଳିକା ଚାରିମାସର ଅନ୍ତସତ୍ବା ହେଇଥିବା ସୋମବାର ବାଙ୍ଗିରିପୋଷି ଥାନାରେ ଅଭିଯୋଗ କଲା ପରେ ପୁଲିସ ତତ୍ପରତା ଦେଖାଇଛି। ଘଟଣାରେ ଚାରି ଜଣ ଯୁବକଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତମାନେ ହେଲେ ଷୋରିଷପାଳ ଗ୍ରାମର ଲବ ହାଁସଦା (୨୦), ମଝି ଗାଁର ଡମନ ହେମ୍ରମ ( ୨୦), କଦମ୍ବ ଡିହାର ପୁରେଇ ହାଁସଦା (୨୨), ଓ ବିରୁଡିହିର ସାଲଖାନ ଟୁଡୁ (୨୧)।ଏହା ଏକ ପ୍ରେମ ଜନିତ ଘଟଣା ବୋଲି ଜଣାପଡିଛି। ତେବେ ନାବାଳିକା ପେଟରେ ବଢ଼ୁଥିବା ପିଲାର ବାପ କିଏ ଡିଏନଏ ଟେଷ୍ଟ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |