ଜଗତସିଂହପୁର:ବ୍ରାଉନସୁଗାର ବ୍ୟବସାୟୀ ଗିରଫ । ଅଭିଯୁକ୍ତଠାରୁ ୨୩ ଗ୍ରାମର ଧଳାଜହର ଜବତ । ଅଭିଯୁକ୍ତ ହେଲେ ମଦନ ମୋହନ ସିଂ (୩୪)। ଜବତ ହେରୋଇନର ମୂଲ୍ୟ ୨,୩୦,୦୦୦ ଟଙ୍କା ହେବ ବୋଲି ସୂଚନା ରହିଛି ।ଖବରମୁତାବକ, ଜଗତସିଂହପୁର ଥାନା ଅନ୍ତର୍ଗତ ଲାଲାସାହି ଗ୍ରାମର ଉମେଶ ସିଂଙ୍କ ପୁଅ ମଦନ ମୋହନ ସିଂ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର କରୁଥିଲେ ।
ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ପିଛା କରିଥିଲେ । ତେବେ ଅଭିଯୁକ୍ତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସର ମଧ୍ୟରେ ଆତ୍ମଗୋପନ ଉଦ୍ଦେଶ୍ଯରେ ପସିଯାଇଥିଲେ। ସେଠାରୁ ଅଭିଯୁକ୍ତ ଜଣଙ୍କୁ ଧରିଥିଲେ ଅବକାରୀ ବିଭାଗ ।
ତେବେ ଯାଞ୍ଚ ପରେ ଅଭିଯୁକ୍ତ ନିକଟରୁ ୨୩ ଗ୍ରାମର ବେଆଇନ ହେରୋଇନ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |