ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର କୃଷ୍ଣଚନ୍ଦ୍ର ପାଢୀ(୩୬) । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ବ୍ୟାଙ୍କ ପାସ୍ ବୁକ, ଏଟିଏମ୍ କାର୍ଡ, ମୋବାଇଲ ଫୋନ୍ ଏବଂ ବିଭିନ୍ନ କମ୍ପାନୀର ନକଲି ପରିଚୟପତ୍ର ଜବତ କରିଛି। ନେଇ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୧୧୬/୨୬) ରୁଜୁ କରି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଗଞ୍ଜାମ ଜିଲା ସମେତ ଭୂବନେଶ୍ବର, ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୋକଙ୍କୁ ଋଣ କରାଇଦେବା ଓ ଆଶାୟୀଙ୍କୁ ଚାକିରୀ ଦେବା ନା’ରେ ଠକେଇ କରିଥିବା ନେଇ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |