ଇସ୍ରାଏଲ- ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା । ଅପରେସନ୍ ଏପିକ୍ ଫ୍ୟୁରୀରେ ଇସ୍ରାଏଲ ସହ ମିଶି ଇରାନ ଉପରେ କଲା ପ୍ରଚଣ୍ଡ ଆକ୍ରମଣ । ମିଳିତ ଆକ୍ରମଣରେ ଥରିଲା ତେହେରାନ। ସେପଟେ ଇରାନ୍ ଉପରେ ଆକ୍ରମଣ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଟ୍ରମ୍ପ । ଆମେରିକାର ସୁରକ୍ଷା ଆମର ପ୍ରାଥମିକାତା । ଇରାନବାସୀ ସହଯୋଗ ମାଗିଥିଲେ ।ଆମେ ସହଯୋଗ କରିଛୁ ବୋଲି କହିଛନ୍ତି ଟ୍ରମ୍ପ । ଅସ୍ତ୍ର ଛାଡ଼ି ଦିଅ, ନଚେତ୍ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ । ଆମେ ଇରାନ କ୍ଷେପଣାସ୍ତ୍ର ଓ ନୌସେନାକୁ ସମ୍ପୂର୍ଣ୍ଣ ଛାରଖାର କରିଦେବୁ ବୋଲି ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେ ସେମାନଙ୍କର କ୍ଷେପଣାସ୍ତ୍ର ଶିଳ୍ପକୁ ମାଟିରେ ମିଶାଇ ଦେବୁ। ନୌସେନାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବିନାଶ କରିଦେବୁ । ଅସ୍ତ୍ର ଛାଡ଼ି ଦିଅ, ନଚେତ୍ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ ବୋଲି ଟ୍ରମ୍ପ ଶେଷ ଚେତାବନୀ ଦେଇଛନ୍ତି । “ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ (IRGC) ସମସ୍ତ ସଶସ୍ତ୍ର ବାହିନୀ ଏବଂ ପୋଲିସ ବାହିନୀର ସଦସ୍ୟଙ୍କୁ ଅସ୍ତ୍ର ତଳେ ରଖିବାକୁ କହିଛନ୍ତି ଟ୍ରମ୍ପ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…