ବୈଷ୍ଣବ ଗୁମ୍ଫା


ଉତ୍ତର କର୍ଣ୍ଣାଟକ ର ବାଦାମୀ ଗୁମ୍ଫା ର 3 ନଂ ଗୁମ୍ଫା ବିଷୟରେ ପୂର୍ଵ ରୁ ଆଲୋଚନା କରିଛି l ଏହା ମୁଖ୍ୟତଃ ଗୋଟିଏ ବୈଷ୍ଣବ ଗୁମ୍ଫା l ବାରଣ୍ଡାର ଗୋଟିଏ ପାର୍ଶ୍ୱରେ ଥିବା ଶ୍ରୀ ଅନନ୍ତ ନାରାୟଣଙ୍କ ମୂର୍ତ୍ତି ବିଷୟରେ ଆମେ ବିଶଦ ଭାବରେ ବୁଝିଛେ lଏବେ ଏହି ସ୍ଥାପତ୍ୟରେ ଥିବା ଶ୍ରୀ ହରିହର ମୂର୍ତ୍ତି ବିଷୟରେ ଆଲୋଚନା କରିବା l ମୂର୍ତ୍ତି ଟିର ବାମ ପାର୍ଶ୍ୱରେ ବିଷ୍ଣୁ l ଉପର ହାତରେ ଶଙ୍ଖ, ତଳ ହାତ ଅଭୟ ମୁଦ୍ରା, କାନ୍ଧରେ ଉପବୀତ, କଟିରେ ପୀତାମ୍ବର, ପାଖରେ ବାହନ ଗରୁଡ଼ ଓ ମା’ ମହାଲକ୍ଷ୍ମୀ l ଶୂନ୍ୟରେ ବିଷ୍ଣୁ ଗଣ lମୂର୍ତ୍ତିର ଦକ୍ଷିଣ ପାର୍ଶ୍ୱରେ ଶିଵ, ମୁଣ୍ଡରେ ଜଟା, ଉପର ହାତରେ ସର୍ପ ପରିବେଷ୍ଟିତ ତ୍ରିଶୂଳ, ବାହୁଟି ଓ କଚଟିରେ ସର୍ପ, କାନ୍ଧରେ ସର୍ପ ମାଳ, କଟିରେ ବାଘ ଛାଲ, ପାଖରେ ବୃଷଭ ଓ ମା’ ପାର୍ବତୀ l ଶୂନ୍ୟରେ ଶିବଗଣ lଏଭଳି ପ୍ରାଚୀନ ଷଷ୍ଠ ଶତାବ୍ଦୀର ବିରଳ ହରିହର ମୂର୍ତ୍ତି ଅତ୍ୟନ୍ତ ମନୋମୁଗ୍ଧକର l ଶିଳ୍ପ ଓ ଭାସ୍କର୍ଯ୍ୟ ଦୃଷ୍ଟିରୁ ମଧ୍ୟ ସ୍ୱତନ୍ତ୍ର lଜୟ ଶ୍ରୀ ହରି ହର, ଲକ୍ଷ୍ମୀ ପାର୍ବତୀ lଜୟ ଶ୍ରୀ ଜଗନ୍ନାଥ lଓମ ନମୋ ଭଗବତେ ବାସୁଦେବାୟ l


error: Content is protected !!