ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମ ଝରଣବାହାଳ ପାତ୍ର ସାହିରେ ରବିବାର ଦିନ ତୋଫାନ ଆକୁଆ ନାମରେ ବିଶୁଦ୍ଧ କ୍ରୟ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଦିଲ୍ଲୀପ କୁମାର ପାତ୍ର ତୋଫାନ ଆକୁଆ କ୍ରୟ କେନ୍ଦ୍ର ପ୍ରକଳ୍ପର ପ୍ରୋପାଇଟର ଥିବା ବେଳେ ଏହି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଉଦଘାଟନ କରାଯାଇଥିଲା । ଦିଲ୍ଲୀପ କୁମାର ପାତ୍ର ଓ ସହଧର୍ମିଣୀ ଜୟନ୍ତୀ ପାତ୍ର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଵା ବେଳେ ସିଦ୍ଧାର୍ଥ ଶଙ୍କର ପଣ୍ଡା ପୂଜାର୍ଚ୍ଚନା କରିଥିଲେ । ପୁତ୍ର ତୋଫାନ ପାତ୍ର ଝିଅ ଜ୍ୟୋତିର୍ମୟୀ ପାତ୍ର , ସପରିବାର ଉପସ୍ଥିତ ଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବିବାହ ,ବ୍ରତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବିଶୁଦ୍ଧ ଆକୁଆ ପାନୀୟ ଜଳ ଗ୍ରାହକ ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ପ୍ରୋପାଇଟର ଦିଲ୍ଲୀପ କୁମାର ପାତ୍ର କହିଛନ୍ତି ।

More Stories
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
୨୫ ତାରିଖ ଦିନ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି |