ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ୨୦୨୩


ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ସ୍ଥାନୀୟ “ଶଶୀଭୂଷଣ ରଥ ସରକାରୀ ସ୍ଵୟଂଶାସିତ ମହିଳା/ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ” ତରଫରୁ ଆୟୋଜିତ “ନୂଆଁ ଓ ଯୁବ ଓଡ଼ିଶା..,ନବୀନ ଓଡ଼ିଶା..” ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ଶ୍ରୀଯୁକ୍ତ ଡ଼ାଃ. ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ଶ୍ରୀ ସୁବାସ ମହାରଣା, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ବହୁ ଗଣ୍ୟମାନ୍ୟ ଶିକ୍ଷାବିତ୍ ତଥା ସ୍ଥାନୀୟ ବିଜେଡି ନେତୃବୃନ୍ଦ, ଯୁବ, ଛାତ୍ର ଓ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଗହଣରେ ରହି, ପ୍ରଦୀପ ପ୍ରଜ୍ବଳନ କରି, ସ୍ୱର୍ଗୀୟ ଶଶୀଭୂଷଣ ରଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୁତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଓ ଯୁବ ଓଡ଼ିଶା.. ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ।


error: Content is protected !!