March 13, 2026

Now Odisha

Now Odisha

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ |

Spread the love

ବାରିପଦା, ୧୩ ମାର୍ଚ୍ଚ: ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଅସଦାଚରଣ ଘଟଣାକୁ ନେଇ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଞ୍ଚଳବାସୀ ଜାତୀୟ ରାଜପଥ–୨୨୦କୁ ଅବରୋଧ କରି ଆନ୍ଦୋଳନ କରିଥିଲେ।

ଘଟଣାସ୍ଥଳକୁ ପହଞ୍ଚିଥିବା ପୋଲିସ ଓ ପ୍ରଶାସନ ଅଧିକାରୀମାନେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବାବେଳେ ପରିସ୍ଥିତି ଉତ୍ତାପତାପ ହୋଇଯାଇଥିଲା। କ୍ରୁଦ୍ଧ ଲୋକେ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାରିପଦା ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ତିରିଂ ଥାନା ଅଞ୍ଚଳରେ ଜଣେ ନାବାଳିକା ସାଇକେଲରେ ଘରକୁ ଯାଉଥିବାବେଳେ ଜଣେ ଯୁବକ ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ନାବାଳିକାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଅଞ୍ଚଳବାସୀ ତିରିଂ–ବହଳଦା ସଂଯୋଗ କରୁଥିବା ଜାତୀୟ ରାଜପଥରେ ରାସ୍ତାରୋକୋ କରିଥିଲେ।

ଖବରପାଇ ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସ୍‌ପି ବରୁଣ ଗୁଣଣ୍ଠୁପାଲି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିବା ସୂଚନା ମିଳିଛି।

error: Content is protected !!