ରାଜ୍ୟସଭା ନିର୍ବାଚନ: ପାରାଦୀପ ବାହାରିଲେ ବିଜେପି ବିଧାୟକ।ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ୨ଟି ବସ୍ ଯୋଗେ ପାରାଦୀପ ବାହାରିଲେ। ୩ଟି ଆସନ ଜିତିବୁ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପାରାଦୀପରେ ରଣନୀତି ପ୍ରସ୍ତୁତ ହେବ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଭୁବନେଶ୍ୱରରୁ ୩ ଟି ବସ ରେ ବାହାରିଲେ ୭୦ ରୁ ଅଧିକ ବିଜେପି ବିଧାୟକ ।
ରାଜ୍ୟ ସରକାରଙ୍କ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ସମସ୍ତ ମନ୍ତ୍ରୀ ଆଜି ପାରାଦୀପ ଗ୍ରସ୍ତ କରିଛନ୍ତି ।
ଏହାସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ପାରାଦୀପ ଗ୍ରସ୍ତ କରିଛନ୍ତି । ଆସନ୍ତା କାଲି ଆଉ କିଛିଜଣ ମନ୍ତ୍ରୀ ଓ ବିଧାୟକ ପାରାଦୀପ ଯିବେ ବୋଲି ସୂଚନା ରହିଛି । ଆସନ୍ତା କାଲି ଛୁଟି ଥିବାରୁ ବୁଲିବାକୁ ଯାଉଛୁ ବୋଲି କହିଛନ୍ତି ବିଜେପି ବିଧାୟକ । ଏହାସହ ପାରାଦୀପ ରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ପାରାଦୀପ ଗ୍ରସ୍ତ ଅନେକ କିଛି ରାଜନୈତିକ ଆଲୋଡନ ସୃଷ୍ଟି କରୁଛି

More Stories
ଓଡ଼ିଶାରେ କଂଗ୍ରେସର ଏପରି ସ୍ଥିତି ପାଇଁ କେବଳ ବିଜେଡି ଦାୟୀ: ସୋଫିଆ
ରବୀନ୍ଦ୍ର ଜେନାଙ୍କ ବିଜେପି ଯୋଗଦାନରେ ମୋର ସହମତି ନଥିଲା : ପ୍ରତାପ ଷଡ଼ଙ୍ଗୀ
ପଶ୍ଚିମ ଏସିଆରେ ସାମ୍ପ୍ରତିକ ପରିସ୍ଥିତି : ପେଟ୍ରୋଲ–ଡିଜେଲ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି, ଭୟଭୀତ ହୋଇ କ୍ରୟ ନକରିବାକୁ ସରକାରଙ୍କ ପରାମର୍ଶ |