March 14, 2026

Now Odisha

Now Odisha

ଗ୍ରାମାଞ୍ଚଳ ସ୍ତରୀୟ ମା’ କନକ ଦୁର୍ଗା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ,

Spread the love

ଲାଞ୍ଜିଗଡ଼,୧୩/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ସ୍ଥାନୀୟ ଖେଳ ପଡ଼ିଆଠାରେ ବିଜେପୁର ମା’ କନକ ଦୁର୍ଗା ଯୁବକ ସଂଘ ପକ୍ଷରୁ ଚାଲିଥିବା ଗ୍ରାମାଞ୍ଚଳ ସ୍ତରୀୟ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ମଦନଗୁଡା ଓ ଜଗନ୍ନାଥପୁର ମଧ୍ୟରେ ହୋଇଥିଲା। ଜଗନ୍ନାଥପୁର ଦଳ ପ୍ରଥମେ ଟସ୍ ଜିତି ଫିଲଡିଂ କରିଥିବା ବେଳେ ମଦନଗୁଡା ପ୍ରଥମେ ବ୍ୟାଟିଂ କରି ୧୫ ଓଭର ୮ ଉଇକେଟ୍ ବିନିମୟରେ ୭୮ ରନ୍ କରିଥିଲେ। ଜବାବରେ ଜଗନ୍ନାଥପୁର ଦଳ ୯ ଓଭର ୫ ବୋଲରେ ୬ ଉଇକେଟ ବିନିମୟରେ ୭୯ ରନ୍ କରି ଵିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲେ। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେପୁର ସରପଞ୍ଚ ପ୍ରତିନିଧି ଟୀକା ମାଝୀ, ପାହାଡ଼ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ବିଜେପୁର ପୁର୍ବତନ ସମିତି ସଭ୍ୟ ରଞ୍ଜିତ ନାଏକ ଓ ହରିଶ୍ଚନ୍ଦ୍ର ପୁଝାରି, ବିଜେପୁର ୱାଡ଼ ମେମ୍ବର ରାଜେଶ ନାଏକ, ସମାଜସେବୀ ଜଗତ ନାଏକ, ବିଜେପୁର ଯୋଗାଣ ସହାୟକ ଦୁର୍ଗା ପ୍ରସାଦ ମାଝୀ ଓ ପାହାଡ଼ ପଦର ଯୋଗାଣ ସହାୟକ ଲିଙ୍ଗରାଜ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉଦଯାପନୀ ମ୍ୟାଚରେ ରମେଶ ବାଗ ଓ ବରୁଣ ନାଏକ ଖେଳ ପରିଚାଳନା କରିଥିବା ବେଳେ ଦଶରଥ ନାଏକ ଧାରା ବିବାରଣୀ ଓ ସ୍କୋର ବୋର୍ଡରେ ଜଗନ୍ନାଥ ନାଏକ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଥିଲା। ମାଁ କନକ ଦୁର୍ଗା ଯୁବକ ସଂଘ ଆୟୋଜନ କମିଟିର ଜଗତରାମ ବାଗ ,ବିକାଶ ନାଏକ, ମଳୟ ନାଏକ, ପଙ୍କଜ ନାଏକ, ରାହୁଳ ନାଏକ, ହେମନ୍ତ ନାଏକ ସମେତ ଯୁବକ ସଂଘର ଅନ୍ୟ ସଦସ୍ୟ ମାନେ ମଧ୍ୟ ସହଯୋଗ କରିଥିଲେ।

error: Content is protected !!