January 25, 2026

Now Odisha

Now Odisha

୨୭ରେ ଆସିବେ ମୋଦୀ : ଗଞ୍ଜାମ ଜନସମାବେଶକୁ କରିବେ ସମ୍ବୋଧିତ…

Spread the love

ବ୍ରହ୍ମପୁର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନନ୍ତ୍ରୀ ଗଞ୍ଜାମରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ। ୨୮ରେ ଭୁବନେଶ୍ବରରେ ଲୋକସେବା ଭବନରେ ସର୍ବ ଭାରତୀୟ ମଧ୍ୟସ୍ତତା ସମ୍ମିଳନୀର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କର ଏହା ୬ଷ୍ଠ ଗସ୍ତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରାଯାଉଛି। ତେବେ ବ୍ରହ୍ମପୁରରେ ସେ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ। ଦୁଇ ଦିନ ହେଲା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ବ୍ରହ୍ମପୁରରେ ଥିବାବେଳେ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଁ ୧୫ ତାରିଖରେ ଯିବି। ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀଙ୍କର ଦୁଇଟି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆମେ ଯୋଜନା କରିଛୁ। ଏଥିପାଇଁ ଅନୁମତି ମଗାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପରିବହନ ମନ୍ତ୍ରୀ ଶ୍ରୀ ଜେନାଙ୍କ କହିବାନୁଯାୟୀ, ୨୭ରେ ମୋଦୀଙ୍କ ଗସ୍ତ ଆପାତତଃ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ କେତେକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଏକ ବିରାଟ ଜନ ସମାବେଶରେ ଉଦ୍‌ବୋଧନ ଦେବେ। ଗଞ୍ଜାମ ଜିଲାରେ କାର୍ଯ୍ୟକ୍ରମ ଆୟୋଜନ ହେବ। ବର୍ଷା ସମୟ ହୋଇଥିବା ଯୋଗୁଁ କେଉଁଠି କାର୍ଯ୍ୟକ୍ରମ କଲେ ବାଧା ସୃଷ୍ଟି ହେବ ନାହିଁ ତା’ର ସମୀକ୍ଷା ଚାଲିଛି। ଏଥିପାଇଁ ଦୁଇ ତିନୋଟି ଜାଗା ଦେଖା ସରିଛି। ଖୁବ୍‌ଶୀଘ୍ର ସ୍ଥାନ ଚୂଡ଼ାନ୍ତ କରାଯିବ। ସମାବେଶରେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଥିବାରୁ କେଉଁଠି ଏହି ସୁବିଧା ହେବ ସେଥିପାଇଁ ସ୍ଥାନ ଚିହ୍ନଟ କରାଯାଉଛି। ସେପ୍ଟେମ୍ବର ୧୭ ତାରିଖରେ ମୋଦୀଙ୍କ ଜନ୍ମ ଦିନ ଠାରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯାଉଛି। ସେବା ପକ୍ଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ରହିବେ ଏବଂ ବହୁ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ପାଇଁ ଆସି ଗତ ମେ’ ମାସ ୬ତାରିଖରେ ବ୍ରହ୍ମପୁର ଉପକଣ୍ଠ କନିଷିଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

error: Content is protected !!