ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟିଲା ପିକନିକ୍ ବସ୍‌


ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟିଲା ପିକନିକ୍ ବସ୍‌ । ୨ ଜଣ ଗୁରୁତର ଓ ୨୦ ଜଣ ଆହତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ଵର ଜିଲ୍ଲା ସୋର ର ବ୍ରହ୍ମୋସ୍ମୀ ଯୁକ୍ତ ୨ ଟିଉଟୋରିଆଲ୍ କଲେଜର ଛାତ୍ର ଓ ଶିକ୍ଷକ ମିଶି ପିକନିକ୍ ଯାଇଥିଲେ । ସେମାନେ ସମ୍ବଲପୁରରୁ ସୋର ଫେରୁଥିବା ବେଳେ, ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଠିଆ ହୋଇଥିବା ଏକ ବସ୍ କୁ ଧକ୍କା ଦେଇଥିଲା ଏହି ପିକନିକ୍ ବସ୍ । ଫଳରେ ବସ୍ ର ଡ୍ରାଇଭର୍ ଙ୍କ ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଅନ୍ୟ ୨୦ ଜଣ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ସେଠାରୁ ଉଦ୍ଧାର କରି ଅନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


error: Content is protected !!