ବରଗଡ଼ ଜିଲାରେ ଦିନକୁ ଦିନ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳୁ ସକାଳୁ ଅତାବିରା ଥାନା ଅନ୍ତର୍ଗତ ଟୋପ ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଟୋପ-ହିର୍ଲିପାଲି ଗ୍ରାମ୍ୟ ରାସ୍ତାର ବନ୍ଧଳୀଠାରେ ଘର କରି ରହୁଥିବା ୬୫ ବର୍ଷୀୟ ଲମ୍ବୋଦର ରଣାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଲମ୍ବୋଦରଙ୍କ ୨ ଭାଇ । ପୂର୍ବରୁ ଜମିବାଡ଼ିକୁ ନେଇ ରାଗରୁଷା ରହିଥିଲା । ତେବେ ହତ୍ୟାକାଣ୍ଡର କାରଣ ସ୍ଵଷ୍ଟ ହୋଇ ନ ଥିଲେ ଵି ଜମିଜମା ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିବା ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି । ଏନେଇ ଅତାବିରା ଥାନା କେଶ ନମ୍ବର ୧୦୦/୨୦୨୬ ରେ ଏକ ମାମଲା ରୁଜୁ କରି ମୃତ ଲମ୍ବୋଦରଙ୍କ ପରିବାରର ଜୈନେକ ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି ।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ