ଜୟପୁର,୧୫ା୯— ପ୍ରଥମଥର ପାଇଁ ଜୟପୁର ସହରରେ ଉଡ଼ନ୍ତା ସାପ(Ornate Flying Snake)ଉଦ୍ଧାର କରାଯାଇଛି।
ସୋମବାର ସକାଳେ ସ୍ଥାନୀୟ ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ବାଥ୍ରୁମ୍ ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAMର ସଂସ୍ଥାପକ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଏହା ଏକ Ornate Flying Snake ଉଡ଼ନ୍ତା ଚିତି ସାପ ବୋଲି ଚିହ୍ନଟ କରି ସାପଟିକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଜୟପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିଲା।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |