ଭୁବନେଶ୍ୱର,୧୫।୯: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୋମବାର ବଡ଼ ସଂକେତ ଦେଇଛନ୍ତି।
ରାଜ୍ୟ ସରକାର ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ବର୍ତ୍ତମାନ ମଧ୍ୟ କଲେଜ ନିର୍ବାଚନ ନେଇ ସରକାର ସକାରାତ୍ମକ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହାକୁ ନେଇ ଜୋର ଧରିଲାଣି ରାଜନୀତି।
ଅନ୍ୟପକ୍ଷେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି। ସରକାର ୟୁ ଟର୍ଣ୍ଣ ମାରିବାରେ ମାହିର ବୋଲି BCJD ସଭାନେତ୍ରୀ ଈପ୍ସିତା ସାହୁ କହିଛନ୍ତି। ଈପ୍ସିତା କହିଛନ୍ତି। ସରକାର ଇଣ୍ଟରନାଲ ସର୍ଭେ କରି କ୍ୟାମ୍ପସରେ ସ୍ଥିତି ଭଲ ନ ଥିବା ଜାଣିଲେଣି। ବାଲେଶ୍ବର ଘଟଣାରେ ABVP ବ୍ୟାକ୍ଫୁଟ୍ରେ। ସରକାର ଦି ପାଦ ପଛରେ ଅଛନ୍ତି। ପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୁଏ। ପୂଜା ପରେ ନିର୍ବାଚନ କରିପାରିବେ ନାହିଁ ବୋଲି ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…