ଏକ ଲକ୍ଷ ତେପନ ହଜାର ଟଙ୍କା ସହ ଫରେଷ୍ଟଗାର୍ଡଙ୍କୁ ଧରିଲା ଭିଜିଲାନ୍ସ


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଲେ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ ଫରେଷ୍ଟ ଗାର୍ଡ ବିନାୟକ ସୋରି , ବାଇକ ରେ ଏକ ଲକ୍ଷ ତେପନ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କୋୖଣସି ବିଶେଷ ସୁତ୍ରରୁ ଖବର ପାଇ ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଠାରୁ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିନାୟକ ସୋରି ଯିବା ସମୟରେ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରିବା ସମୟରେ ୧ ,୫୩ ,୦୦୦ ହଜାର ଟଙ୍କା ନିଜ ବାଇକ୍ ରୁ ବାହାରି ଥିଲା। ବିନାୟକ ଙ୍କ ନବରଙ୍ଗପୁର ର ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ତଦନ୍ତ ଚଳାଇଛି । ବର୍ତ୍ତମାନ ବିନାୟକ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ଭିଜିଲାନ୍ସ ଟିମ୍ । ନବରଙ୍ଗପୁର ଜିଲ୍ଲା ଭିଜିଲାନ୍ସ DSP ଜୟଶ୍ରୀ ପ୍ରଧାନ , ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଭିଜିଲାନ୍ସ ଦଳ ଏହି ଚଢାଉ ରେ ସାମିଲ ଥିଲେ।


error: Content is protected !!