ପୁରୀ : ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ । https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ୧୯ ତାରିଖ ପୂର୍ବାହ୍ନ ୧୦ଟା ଠାରୁ ଆବେଦନ ଆରମ୍ଭ ହେବ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳି ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ। ତେବେ ମନୋନୟନ ପୂର୍ବରୁ ଏକ ଡାକ୍ତରୀ ଦଳ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ମନୋନୀତ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା, ବାଗେଡ଼ିଆ ଧର୍ମଶାଳା ଓ ପୌର କଲ୍ୟାଣ ମଣ୍ଡପରେ ଆବାସ ଯୋଗାଇ ଦିଆଯିବ। ସ୍ବତନ୍ତ୍ର ଗାଡ଼ିରେ ନେଇ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ। ହବିଷ୍ୟାଳି ଶିବିରଗୁଡ଼ିକରେ ରାଧା ଦାମୋଦର ପୂଜା, ଆକାଶ ଦୀପ, ଚଉରା ପୂଜା, କାର୍ତ୍ତିକ ପୁରାଣ ପାଠ, ଭାଗବତ ପ୍ରବଚନ ବ୍ୟବସ୍ଥା କରାଯିବ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |