ରାଜ୍ୟରେ ‘ସାର’ ସଙ୍କଟ ଓ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ରାଜଭବନ ଘେରାଉ କରିଥିଲା ବିଜେଡି । ଗତ କିଛିଦିନ ଧରି ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ନେତୃତ୍ୱଙ୍କୁ ସିଧାସଳଖ ସମାଲୋଚନାକୁ ନେଇ ଚର୍ଚ୍ଚାରେ ରହିଥିବା ବିଜେଡିର ‘ସାର’ ପାଇଁ ଆନ୍ଦୋଳନରେ ମଧ୍ୟ ଫାଟ ଜଳଜଳ ଦିଶିଛି । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ସ୍ଥାନୀୟ ଜଟଣୀ ଓ ଜୟଦେବ ଦଳୀୟ ବିଧାୟକ, ଏପରିକି ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।
ବିଜେଡି ଏହି ଆନ୍ଦୋଳନ ମାଧ୍ୟମରେ ନିଜର ଏକଜୁଟତା ଓ ଦଳରେ ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପ୍ରୟାସ କରି ବେଶ୍ ହଟହଟ୍ଟା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ସାର ସମସ୍ୟା ପ୍ରସଙ୍ଗରେ ରାଜଭବନ ଘେରାଉ ଓ ବିକ୍ଷୋଭ ବେଳେ ପୁଲିସ ସହ ଧସ୍ତାଧସ୍ତି ହେବାକୁ ମଧ୍ୟ ଦଳୀୟ କର୍ମୀମାନେ ପଛାଇ ନଥିଲେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…