April 2, 2026

Now Odisha

Now Odisha

ଚାନ୍ଦବାଲିରେ 15ବର୍ଷୀୟ ନାବାଳିକାକୁ ଗର୍ଭବତୀ, |

Spread the love

ଦିନକୁ ଦିନ ଘଟିଚାଲୁଚି ନାବାଳିକା ଦୁଷ୍କର୍ମ l ଅସୁରକ୍ଷିତ ହୋଇପଡିଛନ୍ତି ନାବାଳିକା, ଆଇନର କୋହଳତା ଅପରାଧୀଙ୍କୁ ଅପରାଧ ଘଟାଇବା ରୁ ନିବୃତ ରଖୁନାହିଁ। ଫଳରେ ଦିନକୁ ଦିନ ଅପରାଧ ଘଟିଚାଲିଛି। ଯାହା ଫଳରେ ଗତ ଦୁଇମାସ ତଳେ ଚାନ୍ଦବାଲିରେ ଏକ ଲଜ୍ୟା ଜନକ ଘଟଣା ମନରେ ନ ଲିଭୁଣୁ
ପୁଣୀ ଚାନ୍ଦବାଲି ରେ ଲଜ୍ଜା। ୧୫ବର୍ଷର ନାବାଳିକାକୁ ମିଥ୍ୟା ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ପରେ ସାତ ମାସର ଗର୍ଭବତୀ କରାଇଲେ ବୃଦ୍ଧା, ସୂଚନା ମୁତାବବ ଚାନ୍ଦବାଲି ପୋଲିସ ୫୮ବର୍ଷର ବୃଦ୍ଧ ଦେବେନ୍ଦ୍ର ନାୟକଙ୍କୁ ଗିରଫ କରିଛି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ପଞ୍ଚାୟତ ଠୁକୁରା ଗ୍ରାମରେ ପୁଣି ଲଜ୍ଜା, ଜଣେ ୫୮ବର୍ଷୀୟ ବୃଦ୍ଧ ସେହି ଗ୍ରାମରେ ଜୈନିକ ୧୫ବର୍ଷର ନାବାଳିକାକୁ ବିଭିନ୍ନ ସମୟରେ ପ୍ରଲୋଭିତ କରି ସାତ ମାସର ଗର୍ଭବତୀ କରିଥିବା ସାମ୍ନାକୁ ଆସିଛି । ନାବାଳିକା ଜଣକ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ଯାଇଥିଲେ,ସେଠାରେ ପରିକ୍ଷା ପରେ,ନାବାଳିକା ଜଣକ ସାତ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ସବୁ ଘଟଣା ନାବାଳିକା ଜଣକ ପରିବାର ପାଖରେ କହିଥିଲେ । ଥାନାରେ ଲିଖିତ ଅଭିଯୋଗ ପରେ ୫୮ବଷୀୟ ଦେବେନ୍ଦ୍ର ନାୟକଙ୍କୁ ଚାନ୍ଦବାଲି ପୋଲିସ ଗିରଫ ଭାରତୀୟ ନ୍ୟାୟ ସଂହିତା 49, 64,(2) ପୋକଷ ଆକ୍ଟ ସ. 77 ରୁଜୁ କରାଯାଇଛି l

error: Content is protected !!