April 2, 2026

Now Odisha

Now Odisha

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୯୦ ବର୍ଷ ପୂର୍ତ୍ତି |

Spread the love

ଓଡ଼ିଶା ପ୍ରତିଷ୍ଠା ଦିବସ (ଉତ୍କଳ ଦିବସ) ପ୍ରତିବର୍ଷ ୧ ଅପ୍ରେଲ ଦିନ ପାଳନ କରାଯାଏ। ଏହା ଓଡ଼ିଶା ରାଜ୍ୟର ଗଠନ ଦିବସ ଭାବେ ଜଣାଶୁଣା। ୧ ଅପ୍ରେଲ ୧୯୩୬ ଦିନ ବ୍ରିଟିଶ ଶାସନ ସମୟରେ ବିହାର ଓ ଓଡ଼ିଶା ପ୍ରଦେଶରୁ ଓଡ଼ିଶାକୁ ଏକ ପୃଥକ ପ୍ରଦେଶ ଭାବେ ଗଠନ କରାଯାଇଥିଲା। ଭାଷା ଭିତ୍ତିରେ ଓଡ଼ିଶା ଭାରତର ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ସ୍ୱତନ୍ତ୍ର ପରିଚୟର ପ୍ରତୀକ। ଏହା ଭାଷା ଆଧାରରେ ଭାରତର ପ୍ରଥମ ରାଜ୍ୟ ଥିଲା।

ଓଡ଼ିଆ ଭାଷା, ସଂସ୍କୃତି ଓ ପରିଚୟର ସ୍ୱୀକୃତି ପାଇଁ ଦୀର୍ଘ ସଂଘର୍ଷ ପରେ ଏହି ଦିନ ଆସିଥିଲା। ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା। ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଥିଲେ। ୨୦୨୬ ମସିହାରେ ଏହା ୯୦ତମ ଉତ୍କଳ ଦିବସ ହେବ।ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଗୁରୁ ତେଗ ବହାଦୁର (ଜନ୍ମ- ୧୬୨୧) ଶିଖ ଧର୍ମର ନବମ ଗୁରୁ ଥିଲେ। ଧର୍ମୀୟ ସ୍ୱାଧୀନତା ଏବଂ ମାନବିକ ଅଧିକାର ପାଇଁ ସେ ନିଜ ଜୀବନ ଦାନ କରିଥିଲେ।

୨. କେ. ବି. ହେଡଗେୱାର (ଜନ୍ମ- ୧୮୮୯) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ପ୍ରତିଷ୍ଠାତା ଥିଲେ। ଭାରତୀୟ ସଂସ୍କୃତି ଏବଂ ଜାତୀୟତାବାଦର ପ୍ରଚାର ପାଇଁ ତାଙ୍କର ଅବଦାନ ସ୍ମରଣୀୟ।

୩. ମହମ୍ମଦ ହାମିଦ ଅନସାରୀ (ଜନ୍ମ- ୧୯୩୭) ଭାରତର ୧୨ଶ ଉପରାଷ୍ଟ୍ରପତି (୨୦୦୭-୨୦୧୭) ଥିଲେ। ପୂର୍ବରୁ ସେ ବୈଦେଶିକ ସଚିବ ଏବଂ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୪. ଅଜିତ ଓ୍ୱାଡେକର (ଜନ୍ମ- ୧୯୪୧) ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିଲେ। ୧୯୭୧ରେ ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜରେ ଭାରତର ଐତିହାସିକ ବିଜୟରେ ତାଙ୍କର ନେତୃତ୍ୱ ସ୍ମରଣୀୟ।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଆସଫ୍ ଆଲି (ମୃତ୍ୟୁ- ୧୯୫୩) ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଏବଂ ରାଜନୈତିକ ନେତା ଥିଲେ। ସେ ଭାରତର ପ୍ରଥମ ଯୁକ୍ତରାଷ୍ଟ୍ର ରାଷ୍ଟ୍ରଦୂତ ଏବଂ ସ୍ୱିଟଜରଲ୍ୟାଣ୍ଡ୍ ରାଷ୍ଟ୍ରଦୂତ ଥିଲେ।

error: Content is protected !!