ନବରଙ୍ଗପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୨୪ କାର୍ଯ୍ୟକ୍ରମ ପାଳିତ।


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ନବରଙ୍ଗପୁର ଜିଲ୍ଲା ରେ ସାତ ଦିନ ଧରି ସଡ଼କ ସୁରକ୍ଷା ସପ୍ତାହ-୨୦୨୪ ଚାଲୁ ରହିଥିଲା ।ଆଜି ସଡ଼କ ସୁରକ୍ଷା ସପ୍ତାହ ର ଶେଷ ଦିବସ ରେ ଜିଲ୍ଲା ଆରକ୍ଷୀ ବିଭାଗ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ ଦିବସ ପାଳନ କରାଯାଇଛି । ଏହି ଅବସରରେ ଆରକ୍ଷୀ ବିଭାଗ ତରଫରୁ ସଦାଶିବ ପାର୍କ ଛକ ଠାରୁ ଏକ ବାଇକ୍ ରାଲି ବାହାରି ସହର ପରିକ୍ରମା କରିବା ସହ ସଚେତନା କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲା। ସେଠାରେ ସଡ଼କ ସୁରକ୍ଷା ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିବା ସହ ଗାଡ଼ି ଚଲେଇବା ସମୟରେ ହେଲମେଟ ବ୍ୟବହାର କରିବା , ସିଟ୍ ବେଲ୍ଟ ବାନ୍ଧିବା , ନିଶା ବା ମଦ୍ୟପାନ କରି ଓ ମୋବାଇଲ ଫୋନ ବ୍ୟବହାର କରି ଗାଡ଼ି ନ ଚଲେଇବା ଆଦି କାର୍ଯ୍ୟକ୍ରମ ରେ ସଚେତନ କରାଯାଥିଲା। ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଙ୍କ ଅଧ୍ୟକ୍ଷତାରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ହେଲମେଟ ବ୍ୟବହାର କରୁଥିବା ଜନସାଧାରଣ ମାନଙ୍କୁ ଫୁଲ , ଚୋକଲେଟ ଓ ଟ୍ରଫି ଦେଇ ସେମାନଙ୍କୁ ଉତ୍ସାହିତ କରିଥବା ବେଳେ ଯେଉଁ ମାନେ ହେଲମେଟ ବ୍ୟବହାର କରୁନାହାଁନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ନୂଆ ହେଲମେଟ ପ୍ରଦାନ କରାଯାଇଥିଲା। ଆଜି ର ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସାନ୍ତ ପଟ୍ଟନାୟକ, ବଟକୃଷ୍ଣ ମିଶ୍ର, ନବରଙ୍ଗପୁର SDPO K C ଭତ୍ରା , ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଜନ ସାଧାରଣ ଉପସ୍ଥିତ ଥିଲେ । ମନୋଜ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


error: Content is protected !!