ଶିକ୍ଷା ସଚେତନତା ରଥ ଲୋକାର୍ପଣ


ଢେଙ୍କାନାଳ:(ନିର୍ମଳ ଗଡନାୟକ):- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି ।ସୁସଜ୍ଜିତ ରଥରେ ଶିକ୍ଷା ସଚେତନତା ଉପରେ ବ୍ୟାନର ତା ସାଙ୍ଗକୁ ଡ଼ାକବାଜି ଯନ୍ତ୍ର ଦେଖିବାକୁ ମିଳିଥିଲା ।ସମଗ୍ର ଶିକ୍ଷା ଢେଙ୍କାନାଳ ,ପରଜଙ୍ଗ ବ୍ଲକ ପକ୍ଷରୁ ଆୟୋଜିତ ରଥକୁ ବିଦ୍ୟାଳୟ ପରିସରରେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମନ୍ମଥ ନାୟକ ,ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ସଙ୍କେତ ଦେଇ ଶୁଭାରମ୍ଭ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡା ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋଲେଖ ସାହୁ,ବିଦ୍ୟାଧର ସାହୁ ,ମୋ ସ୍କୁଲ ଅଭିଯାନ ସଭାପତି ନାରାୟଣ ବିନାୟକଙ୍କ ସମେତ ସମସ୍ତ ବିଆରସିସି, ସିଆରସିସି ,ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କ ଉପସ୍ଥିତରେ ରଥ ଶୁଭାରମ୍ଭ ହୋଇଥିଲା । ଆସରେ ଆସ ପାଠ ପଢିବା , ପାଠ ପଢି ଦେଶ ଆଗେଇ ନେବା ଉପରେ ଜନସଚେତନତା କରାଇବା ତତ୍ ସହିତ ନିୟମିତ ପାଠକ ପାଠିକା ବିଦ୍ୟାଳୟକୁ ଆସି ଜ୍ଞାନ ଆହରଣ କରିବା , ପାଠ ପଢ଼ା ଛାତ୍ର ଛାତ୍ରୀଙ୍କ ଅବିଭାବକ ଏଥି ପ୍ରତି ସଚେତନା ଉପରେ ଏହି ରଥ ମାଧ୍ୟମରେ ପ୍ରତ୍ୟେକ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।ଏହା ୫ଦିନ ଧରି ଅର୍ଥାତ୍ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ପ୍ରଚାର ପ୍ରସାର ହେବ ବୋଲି ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି ।


error: Content is protected !!