ଭୁବନେଶ୍ୱର, ୧୦/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସହିତ ଅରୁଣାଚଳ ପ୍ରଦେଶର ଡିରାଙ୍ଗ ସ୍ଥିତ ଆଇସିଏଆର-ନ୍ୟାସନାଲ୍ ରିସର୍ଚ୍ଚ ସେଂଟର ଅନ୍ ୟାକ (ଏନ୍ଆର୍ସିୱାଇ) ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଓ ଆଇସିଏଆର-ଏନ୍ଆର୍ସିୱାଇର ବରିଷ୍ଠ ବୈଜ୍ଞାନିକ ଡାକ୍ତର ଦୀନମଣି ମେଧି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ସୋଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଏବଂ ପ୍ରାଣୀ ପ୍ରଜନନ ଓ ପ୍ରସୂତୀ ବିଭାଗର ମୁଖ୍ୟ ଡାକ୍ତର ଅଶୋକ କୁମାର ବାରିକ ତଥା ବିଭାଗୀୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ ।
ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଭବିଷ୍ୟତରେ ପ୍ରାଣୀ ପ୍ରଜନନ ଓ ପ୍ରସୂତୀ ବିଭାଗର ଉଚ୍ଚତର ମିଳିତ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହୋଇଛି ।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ