April 10, 2026

Now Odisha

Now Odisha

ଡଙ୍ଗା ବୁଡ଼ି ୧୦ ମୃତ |

Spread the love

ଲକ୍ଷ୍ନୌ, ୧୦/୦୪: ଶୁକ୍ରବାର ଅପରାହ୍ନରେ ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା କେଶୀ ଘାଟରେ ଏକ ଭସାପୋଲ ସହିତ ଧକ୍କା ହୋଇ ଯମୁନା ନଦୀରେ ଓଲଟି ପଡ଼ିଛି।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ଡଙ୍ଗାରେ ଥିବା ପ୍ରାୟ ୨୫ ଜଣ ଶ୍ରଦ୍ଧାଳୁ ନଦୀରେ ଖସି ପଡ଼ିଥିଲେ। ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ୧୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଭକ୍ତଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ, ଯାହା ଫଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ କିଛି ବାଧା ସୃଷ୍ଟି ହୋଇଥିଲା।ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପଞ୍ଜାବର ଲୁଧିଆନା ଏବଂ ମୁକ୍ତେଶ୍ୱରରୁ ପ୍ରାୟ ୧୫୦ ଜଣ ତୀର୍ଥ ଯାତ୍ରାରେ ଆସିଥିଲେ। ଶୁକ୍ରବାର ଅପରାହ୍ନରେ କିଛି ଭକ୍ତ ଯମୁନା ନଦୀରେ ଡଙ୍ଗା ଯାତ୍ରା ପାଇଁ ବାହାରିଥିଲେ। ଡଙ୍ଗା ଚାଳକ ଭକ୍ତମାନଙ୍କୁ ନଦୀରେ ନେଉଥିବା ସମୟରେ, ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗାଟି ହଠାତ୍ ଏକ ଭସାପୋଲ ସହିତ ଧକ୍କା ହୋଇଥିଲା।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି, ଜୀବନହାନୀ ପାଇଁ ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

error: Content is protected !!