ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ


ବାଲିପାଟଣା ପ୍ରତିଟି ଓଡ଼ିଆଙ୍କ ମଉଡମଣୀ ଶ୍ରୀଜଗନ୍ନାଥଙ୍କ ମହିମାରୁ ଆରମ୍ଭ ହୋଇଛି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ‘ସେଥିପାଇଁ ସାରା ରାଜ୍ୟ ରେ ସମସ୍ତ ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି।ସେହିପରି ଦେଉଳିଧଳ ପୁର ପଞ୍ଚାୟତରେ ମଧ୍ୟ ଅର୍ପଣ ରଥ କାର୍ଯ୍ୟକ୍ରମ କରାଯାଇଅଛି। ଅର୍ପଣ ରଥ ବୁଲିବାବେଳେ ସମସ୍ତ ଗ୍ରାମରେ ଅର୍ପଣ ରଥକୁ ସ୍ୱାଗତ ନିମନ୍ତେ ଓଡିଶାର ପୁରାତନ କଳା ଝୋଟି ପକାଇ ସ୍ୱାଗତ କରିଥିଲେ।ଦେଉଳିଧଳପୁର ପଞ୍ଚାୟତର ନାୟବ ସରପଞ୍ଚ ଶ୍ରୀମତୀ କବିତା ଜେନା ନଜରେ ଅଭୟମୁଖୀ ଗ୍ରାମର ସାନ ଭୋଇ ସାହିର ଝିଅ ଆକାଂକ୍ଷା ଦାଶଙ୍କ ଝୋଟି ବହୁତ ମନଲୋଭା ହୋଇଥିବାରୁ।ଆକାଂକ୍ଷାକୁ ପୁରସ୍କାର କରିବାକୁ ଘୋଷଣା କରିବା ସହିତ ସେ ସରପଞ୍ଚକୁ ଜଣାଇ ଥିଲେ।ସରପଞ୍ଚ ଲଷ୍ମୀଧର ଭୋଇ ନାୟବ ସରପଞ୍ଚଙ୍କ କଥା ସନମାନ ଜଣାଇ ସେ ଝିଅକୁ ପୁରସ୍କାର ପ୍ରଦାନ କରିଥିଲେ।କେଉଁଣସି କାରଣ ବଶତଃ ସେ ଝିଅ ଆସିପାରିନଥିବାରୁ ସରପଞ୍ଚ ତାଙ୍କ ମାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ସେ ଝିଅ ର ଉଜ୍ୱଳ କାମନା କରିଥିଲେ।


error: Content is protected !!