ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ପୁଣି ବଡ ଘୋଷଣା । ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀ ପାଇବେ ପେନ୍ସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସୁରକ୍ଷା ବିଭାଗ ଚିଠି ଲେଖିଛି ।
ହିତାଧିକାରୀ ୬୦ ବର୍ଷ ବୟସ ପରେ ଏମବିପିୱାଇ/ଏନଏସଏପି ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ । ମାତ୍ର ହିତାଧିକାରୀ ଏଥିରେ ସିଧାସଳଖ ଯୋଡି ହୋଇପାରିବେ ନାହିଁ, ଏଥିପାଇଁ ତାଙ୍କୁ ଆବେଦନ କରିବାକୁ ପଡିବ । ୬୦ ବର୍ଷ ବୟସ ହେବା ପରେ ତାଙ୍କୁ ଆବେଦନ କରିବାକୁ ପଡିବ । ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ପ୍ରାୟ ୯୩ ହଜାର ହିତାଧିକାରୀ ବାଦ୍ ପଡିଛନ୍ତି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |