ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ପୁଣି ବଡ ଘୋଷଣା । ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀ ପାଇବେ ପେନ୍ସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସୁରକ୍ଷା ବିଭାଗ ଚିଠି ଲେଖିଛି ।
ହିତାଧିକାରୀ ୬୦ ବର୍ଷ ବୟସ ପରେ ଏମବିପିୱାଇ/ଏନଏସଏପି ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ । ମାତ୍ର ହିତାଧିକାରୀ ଏଥିରେ ସିଧାସଳଖ ଯୋଡି ହୋଇପାରିବେ ନାହିଁ, ଏଥିପାଇଁ ତାଙ୍କୁ ଆବେଦନ କରିବାକୁ ପଡିବ । ୬୦ ବର୍ଷ ବୟସ ହେବା ପରେ ତାଙ୍କୁ ଆବେଦନ କରିବାକୁ ପଡିବ । ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ପ୍ରାୟ ୯୩ ହଜାର ହିତାଧିକାରୀ ବାଦ୍ ପଡିଛନ୍ତି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…