ମାର୍ଶାଘାଇ,୨୪ା୮: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ଅସହାୟ ମହିଳାଙ୍କୁ ହାବିଲଦାର ପ୍ରେମ ନିବେଦନ କରି ଫସିଥିବା ଜଣାପଡ଼ିଛି। ମହିଳା ଜଣକ ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିବାବେଳେ ସଂପୃକ୍ତ ହାବିଲଦାରଙ୍କ ନାମରେ ମାମଲା ରୁଜୁ ହୋଇଛି।
କୁଦାନଗରୀ ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ନାଁରେ ଏପରି ଅଭିଯୋଗ ହୋଇଛି।
ହାବିଲଦାର ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ତାଙ୍କର ଚରିତ୍ର ସଂହାର, ତଣ୍ଟି ଚିପି ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଶୁକ୍ରବାର ବଜାର ନିକଟ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କୁ ହାବିଲଦାର ଟଣା ଓଟରା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,